www.samajalive.in
Sunday, December 14, 2025
26.1 C
Bhubaneswar

ହିଞ୍ଜିଳିରେ ଉତ୍ସାହ ସହକାରେ ଅନୁଷ୍ଠିତ ହେଲା ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକରେ ସମାଜ ପକ୍ଷରୁ ଆୟୋଜିତ ବ୍ଳକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତାରେ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ଓଜି ବରଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଗଣ୍ଡଳା ଗଣେଶ ବିଦ୍ୟାପୀଠର ୧୦ମ ଶ୍ରେଣୀ ଛାତ୍ରୀ ସ୍ନେହଲତା ସାହୁ ଦ୍ଵିତୀୟ ଓ ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୯ମ ଶ୍ରେଣୀ ଛାତ୍ରୀ ନିତୁସ୍ମିତା ପାଠୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ହିଞ୍ଜିଳିକାଟୁର ପିଏମଶ୍ରୀ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା. ଶ୍ରୀକାନ୍ତ ସାହୁ, ସମାଜସେବୀ ଅଜୟ ମହାରଣା, ଆଇନଜୀବୀ ଦ୍ୱିତିକୃଷ୍ଣ ସାବତ, ଗାୟତ୍ରୀ କମ୍ପ୍ୟୁଟର କଲେଜର ଅଧ୍ୟକ୍ଷ ଅଶୋକ ସାହୁ, ନିର୍ଦ୍ଦେଶକ ସସ୍ମିତା ପଟ୍ଟନାୟକ ଉଦଘାଟନ କରିଥିଲେ। ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପୁରୁଷୋତ୍ତମପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ମୋହନା ହିଲଟପ୍ କଲେଜର ଅଧ୍ୟାପକ ଅନିଲ ତ୍ରିପାଠୀ ଓ ପିତ୍ତଳ ଜୁନିୟର କଲେଜର ଅଧ୍ୟାପକ କେଶବ ଚନ୍ଦ୍ର ଦାସ ବିଚାରକ ଭାବେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ।

ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲା ପରିଷଦ ସଦସ୍ୟ ପ୍ରୀତି ସାହୁ,  ବିଜେପି ନେତା ମାଧବ ଗୌଡ଼, ସନ୍ତୋଷ ପାଣିଗ୍ରାହୀ, ସମାଜସେବୀ ଅଜୟ କୁମାର ମହାରଣା ଓ କିରଣ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଉକ୍ତ ଉତ୍ସବରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସ, ହିଞ୍ଜିଳିକାଟୁର ପୁର୍ବତନ ସମାଜ ପ୍ରତିନିଧି ସ୍ୱର୍ଗତ ନିଳୟ ରଞ୍ଜନ ପଟ୍ଟନାୟକ ଓ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଅତିଥି ମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ ସାମୁହିକ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପାଠ କରାଯାଇଥିଲା। ହିଞ୍ଜିଳିକାଟୁର ସମାଜ ଏଜେଣ୍ଟ ସ୍ଵାଧୀନ ସାବତ ଓ ପ୍ରତିଯୋଗିତାର ବିଚାରକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସମାଜ ପ୍ରତିନିଧି ବିନାୟକ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ। ସାମ୍ୱାଦିକ ରାଜେଶ ସୁବୁଦ୍ଧି, ନୀଳାଞ୍ଚଳ ସାହୁ, ପବିତ୍ର ପାତ୍ର, ସୁମିତ ପାଣିଗ୍ରାହୀ, ବିଦ୍ୟାଧର ପାଣିଗ୍ରାହୀ, ଲଳିତ ମୋହନ ପୋଲାଇ, ଶେଷଦେବ ସାହୁ, ରଜତ ପଟ୍ଟନାୟକ, ହିମାଂଶୁ ବେହେରା, ଶିକ୍ଷକ ଅଖିଳ ପଣ୍ଡା, ବିଭୁତି ପଟ୍ଟନାୟକ, ଯୁବ ସମାଜସେବୀ ଚନ୍ଦନ ପାତ୍ର, ରବୀନ୍ଦ୍ର ବେହେରା, ଅବନିକାନ୍ତ ପଟ୍ଟନାୟକ ଓ ତରୁଣ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories