www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁ ରବିଦାସ ଓ ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ପାଳିତ

ନୂଆଦିଲ୍ଲୀ: ଗୁରୁ ରବିଦାସଙ୍କ ଓ ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଚତୁର୍ଦ୍ଦଶ ଶତାବ୍ଦୀର ସନ୍ଥ ଗୁରୁ ରବିଦାସ ଉତ୍ତର ଭାରତରେ ଭକ୍ତି ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ। ଏହି ଅବସରରେ ଶ୍ରୀ ଗୁରୁ ରବିଦାସଙ୍କ ଶିଷ୍ୟମାନେ ବାରାଣାସୀର ସେର୍‍ ଗୋବର୍ଦ୍ଧନପୁରଠାରେ ଜନ୍ମ ଆସ୍ଥାନ ମନ୍ଦିରରେ ଏକତ୍ରିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ମାଧ୍ୟମରେ ସମାଜରେ ଶାନ୍ତି, ସଦ୍‍ଭାବନା ଓ ଭାତୃତ୍ୱଭାବ ସୃଷ୍ଟି କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ସଦ୍‍ଭାବନା, ସମାନତା ଓ ସାମାଜିକ ସଶକ୍ତିକରଣ ପାଇଁ ସନ୍ଥ ରବି ଦାସଙ୍କର ଅମର ବାଣୀ ଅତି ମୂଲ୍ୟବାନ ଥିଲା। ଶ୍ରୀ ମୋଦି ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ସତ୍ୟ ଓ ନ୍ୟାୟର ପୂଜାରୀ ଛତ୍ରପତି ଶିବାଜୀ ମହାରାଜ ଜଣେ ଆଦର୍ଶ ଶାସକ, ନିଷ୍ଠାବାନ ଦେଶଭକ୍ତ ଥିଲେ ଏବଂ ଗରୀବ ଓ ଅବହେଳିତଙ୍କ ପାଇଁ ସାରାଜୀବନ ଉତ୍ସର୍ଗ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories