www.samajalive.in
Saturday, December 13, 2025
26.1 C
Bhubaneswar

ବିଜେଇଏମ୍ ସ୍କୁଲରେ ‘ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା’ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ତେଜସ୍ୱିନୀ ଓଡ଼ିଶା -ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ଥିଲା ‘ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା’ । ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ଅଭିନବ ପ୍ରୟାସ ସ୍ବରୂପ ଏହି ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜୁନ୍ ୨୪ରେ ଜିଲ୍ଲାସ୍ଥରୀୟ ଓ ୨୬ ରେ  ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ଥିତ ବିଜେଇଏମ ସ୍କୁଲରେ ଏହି ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଇଜରର କୁଳ ସଚିବ ଡକ୍ଟର ଅଭୟ କୁମାର ନାୟକ ,ଅତିଥିଭାବେ ସ୍ତମ୍ଭକାର ତଥା ଅଧ୍ୟାପିକା ସୋତକିର୍ତ୍ତୀ  ତ୍ରିପାଠୀ ,ଅନ୍ୟତମ ଅତିଥି ଓ ବିଚାରକ ହିମାଦ୍ରୀ ତନୟା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବକ୍ତୃତା ପ୍ରତିଯୋଗିତାରେ ୧୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଋତୁପର୍ଣ୍ଣା ଜେନା ପ୍ରଥମ , ଅରିହନ୍ତ ମହାପାତ୍ର  ଦ୍ୱିତୀୟ ଓ ପ୍ରିୟାଶୁଂ ଶେଖର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories