www.samajalive.in
Sunday, December 14, 2025
23.1 C
Bhubaneswar

ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା: ଅସ୍ତରଙ୍ଗ ବ୍ଲକରେ ରାଜଅର୍ଜିତ ପ୍ରଥମ

ଜାହାନିଆଁ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ବ୍ଲକସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା’ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ ଅର୍ଜିତ ବେହେରା ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଦ୍ବିତୀୟ ସ୍ଥାନରେ ଅଛନ୍ତି ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟ ଛାତ୍ରୀ ଶିବାନୀ ବସ୍ତିଆ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବେଳାଭୂମି ଉଚ୍ଚ ବିଦ୍ୟାଳୟ ଛାତ୍ର ବିଶ୍ୱଜିତ ବେହେରା। ବିଚାରକ ଦାୟିତ୍ୱ ତୁଲାଇଥିଲେ ଶିକ୍ଷାବିତ୍ ପ୍ରମୋଦ ପାଳ, ବିଜୟ କୁମାର ଭଟ, ଅମରେଶ୍ୱର କାଣ୍ଡି, ଯତୀନ୍ଦ୍ର କୁମାର ବିଶ୍ୱାଳ, ନିରଞ୍ଜନ ବେହେରା। ଅତିଥି ଭାବେ ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ନୂଆଗଡ଼ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ, ପରିବେଶବିତି ସୌମ୍ୟରଞ୍ଜନ ବିଶ୍ୱାଳ, ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା, ନୋଡାଲ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ରମାକାନ୍ତ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇଛି। ଅସ୍ତରଙ୍ଗ ‘ସମାଜ’ ପ୍ରତିନିଧି ପ୍ରସାର ଖୁଣ୍ଟିଆ ଓ ଜାହାନିଆଁ ‘ସମାଜ’ ପ୍ରତିନିଧି ବୃନ୍ଦାବନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories