www.samajalive.in
Sunday, December 14, 2025
16.1 C
Bhubaneswar

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ଓ ସ୍ଵାମୀ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଗୋପାଳପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ନିକଟରେ ଏକ ସ୍କୁଟିକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ପୁଲଟା ଗ୍ରାମ ଢିଅସାହିର ପୁଷ୍ପାଞ୍ଜଳି ଶାସମାଲ(୪୦) ଓ ଆହତ ହେଲେ ସାହେବ ଶାସମାଲ। ଅନ୍ୟପଟେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଯାନବାହନ ଅଟକି ରହିଥିଲା।

ସୂଚନା ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଫୁଲଟା ଗ୍ରାମର ସାହେବ ଶାସମାଲ ଓ ପତ୍ନୀ ପୁଷ୍ପାଞ୍ଜଳି ଭାଟଗୁମୁଡାରୁ କୌଣସି କାମରେ ଯାଇ ନିଜ ଗ୍ରାମକୁ ସ୍କୁଟି(ଓଡି ୦୭ ଏଏସ ୪୬୪୪) ଯୋଗେ ଫେରୁଥିଲେ। ପୋକୁଡିବନ୍ଧ ଛକ ନିକଟରେ ଭୁବନେଶ୍ୱରରୁ ଆନ୍ଧ୍ର ଅଭିମୁଖେ ଆସୁଥିବା ଏକ ଟ୍ରକ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପୁଷ୍ପାଞ୍ଜଳି ସ୍କୁଟିରୁ ଖସି ତଳେ ପଡିଯିବାରୁ ଟ୍ରକଟି ତାଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

- Advertisement -

ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା, ପୋକୁଡ଼ିବନ୍ଧ ଛକରେ ଟ୍ରାଫିକ ବ୍ୟବସ୍ଥା କରିବା, ତୁରନ୍ତ ଓଭର ବ୍ରିଜ ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ।

ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜୀତ ସାହୁ, ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡ଼ାଇ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ବ୍ରହ୍ମପୁର, ଛତ୍ରପୁର ତସିଲଦାର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ। ଦୀର୍ଘ ୨ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ପରେ ପୁଲିସ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲା। ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ପୋକୁଡିବନ୍ଧ ଛକ ନିକଟରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଏହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ କରିବା ନିହାତି ଜରୁରୀ ହୋଇପଡିଛି। ଏଣୁ ଓଭର ବ୍ରିଜ ନିର୍ମାଣ ପର୍ଯ୍ୟନ୍ତ ଏଠାରେ ଟ୍ରାଫିକ ବ୍ୟବସ୍ଥା କରିବା ଲାଗି ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories