ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀ ଯୋଗ ସେବା କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଏହାକୁ ଉଦଘାଟନ କରିବା ସହ ଅନ୍ୟମାନଙ୍କ ସହିତ ନିଜେ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସମ୍ପାଦକ ବନ ବିହାରୀ ସାହୁ, ଆଇନଜୀବୀ ଶ୍ରୀନିବାସ ଦାସ, ପ୍ରକାଶ କୁମାର ସେଠୀ, ଶ୍ରୀନିବାସ ପତ୍ରୀ, ପ୍ରତାପ କୁମାର ସେଠୀ ପ୍ରମୁଖ ଯୋଗର ମହତ୍ବ ଓ ଉପକାରିତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଯୋଗସେବା କେନ୍ଦ୍ରର ସଭାପତି ଡାକ୍ତର ଗୋକୁଳାନନ୍ଦ ପତ୍ରୀ ଯୋଗର ବିଭିନ୍ନ ଦିଗ, ଏହାର ଉତ୍ପତି, ମୁନିଋଷିଙ୍କ ଅବଦାନ ଏବଂ ଯୋଗ ଓ ପ୍ରାଣାୟାମ ସହିତ ଆୟୁର୍ବେଦର ସମ୍ପର୍କ ବିଷୟରେ ବିସ୍ତୃତ ଭାବେ ଅବତାରଣା କରିଥିଲେ। ଯୋଗ କେନ୍ଦ୍ରର ସମ୍ପାଦକ ଶିବ ପ୍ରସାଦ ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଯୋଗ ସେବା କେନ୍ଦ୍ରର ବହୁ ସଦସ୍ୟ ସାମୁହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ।
Popular Categories



