www.samajalive.in
Saturday, December 13, 2025
26.1 C
Bhubaneswar

ଗୋଲାପ ତେଲ ଲିଟର ୧୩ ଲକ୍ଷ ଟଙ୍କା

ଗୋଲାପ ଫୁଲ ଦେଖିବାକୁ ସୁନ୍ଦର ହୋଇଥିବା ବେଳେ ଏହାର ବାସ୍ନା ମଧ୍ୟ ମନମୁଗ୍ଧକର। ତେବେ ଉତ୍ତରାଖଣ୍ଡରେ ଚାଷ ହେଉଥିବା ‘ଦାମସ୍କ’ ନାମକ ଏକ ଗୋଲାପରୁ ବାହାରୁ ଥିବା ତେଲର ଦାମ୍‌ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦାମସ୍କ ଗୋଲାପ ତେଲର ଦାମ୍‌ ଲିଟର ପିଛା ଅନ୍ତର୍ଜାତୀୟ ବଜାରରେ ୧୨ରୁ ୧୩ ଲକ୍ଷ ଟଙ୍କା ରହିଛି। ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଏହି ଗୋଲାପ ଫୁଲ ଚାଷ କରାଯାଉଛି। ଉତ୍ତରାଖଣ୍ଡ କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଏହି ଗୋଲାପ ପ୍ରଜାତିର ଚାଷ ପ୍ରାୟ ୧୨ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହି ଗୋଲାପର ଉତ୍ପତ୍ତି ସିରିୟାର ରାଜଧାନୀ ଦାମାସକସ୍‌ରେ ହୋଇଥିଲା। ତାହାର ନାମ ଅନୁଯାୟୀ ଏହି ଗୋଲାପର ନାମକରଣ ହୋଇଛି। ମୋଗଲ ଶାସନ ସମୟରେ ଏହି ଗୋଲାପ ଭାରତକୁ ଆସିଥିଲା। ପ୍ରଥମେ ଉତ୍ତରପ୍ରଦେଶର ହାଥରସ ଜିଲାରେ ଏହି ଗୋଲାପ ଫୁଲ ଚାଷ କରାଯାଉଥିଲା।ତେବେ ଜଳବାୟୁ ପରିବର୍ତ୍ତନଜନିତ ପରିସ୍ଥିତି ଯୋଗୁଁ ସେଠାରେ ଉତ୍ପାଦନ କମି ଯାଇଥିଲା।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ଜଳବାୟୁ ଏହି ଗୋଲାପ ଫୁଲ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଜୋଷୀମଠ ଓ ଅଲ୍‌ମୋଡ଼ା ଆଦି ଅଞ୍ଚଳର ଏହାର ଚାଷ ହେଉଛି। ଏହି ଗୋଲାପର ତେଲ ବ୍ୟବହାର କରାଯାଇ ନାନା ପ୍ରକାର ସୁଗନ୍ଧିତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ ଆଦି ପ୍ରସ୍ତୁତ କରାଯାଇଥାଏ। ଏଥିରେ ଔଷଧୀୟ ଗୁଣ ରହିଥିବାରୁ ଏହାର ଦାମ୍‌ ବହୁତ ଅଧିକ। ଏହି ଅଞ୍ଚଳର ବହୁଚାଷୀ ହେକ୍ଟର ହେକ୍ଟର ଜମିରେ ଏହି ଗୋଲାପ ଚାଷ କରି ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ହୋଇ ପାରିଛନ୍ତି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories