www.samajalive.in
Saturday, December 13, 2025
27.1 C
Bhubaneswar

ଆରଡି ଅଞ୍ଚଳରେ ଝାଡାବାନ୍ତି: ଜୋରିମାନା ଗଣିଲେ ଜଳଖିଆ ଦୋକାନୀ

ଆରଡି : ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଝାଡାବାନ୍ତି ବ୍ଯାପିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଗତ ୩ଦିନ ହେବ ଝାଡାବାନ୍ତି ରୋଗୀଙ୍କ ସଂଖ୍ଯା ବୃଦ୍ଧି ପାଉଥିବାରୁ, ତାହାକୁ କିପରି ଆୟତ କରାଯିବ ସେଥିପାଇଁ ଶୁକ୍ରବାର  ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କ ନେତୃତ୍ବରେ ଖାଦ୍ଯ ସୁରକ୍ଷା ବିଭାଗ ଓ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ମିଳିତ ଭାବେ ପୀଠର ବସଷ୍ଟାଣ୍ଡଠାରୁ ଆରମ୍ଭ କରି ମୁଖ୍ଯ ବଜାର ଓ ସାହିରେ ଥିବା ସମସ୍ତ ଜଳଖିଆ, ମିଠା ଓ ଉଠାଦୋକାନୀଙ୍କର ଖାଦ୍ଯ ମାନ ଯାଞ୍ଚ କରିବା ସହ ଖାଦ୍ଯ  ପ୍ରସ୍ତୁତ ହେଉଥିବା  ତେଲ, ବେସନ, ମିଠା ଆଦିର ମାନ ପରିଖିଥିଲେ। ଏପରିକି କେତେକ ଦୋକାନୀଙ୍କ ଖାଦ୍ଯ ଓ ଖାଦ୍ଯ ପ୍ରସ୍ତୁତ ସାମଗ୍ରୀ, ପିଇବା ପାଣି ଠିକ ନଥିବାରୁ ଏପରି ଜିନିଷ ବ୍ଯବହାର ନକରିବା ସହ ବିକ୍ରି ନକରିବା ପାଇଁ  କଡା ତାଗିଦ କରିଥିଲେ।

କିଛି ଦୋକାନୀଙ୍କ ଠାରୁ ମଧ୍ଯ ଜୋରିମାନା ଆଦାୟ କରାଯାଇଥିବା କହିଛନ୍ତି ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକ। ଅନ୍ଯପଟେ ଚଢାଉ ଭୟରେ କିଛି ଦୋକାନୀ ଦୋକାନ ବନ୍ଦ କରି ପଳାଇଯାଇଥିଲେ।  ସୂଚନା ଅନୁଯାୟୀ   ଗତ ୩ଦିନ ମଧ୍ଯରେଲ ୧୦ଜଣ ଝାଡାବାନ୍ତି ରୋଗୀ ଆରଡି ମେଡିକାଲକୁ ଆସି ଚିକିତ୍ସିତ ହୋଇଥିବା ବେଳେ ୩ଜଣଙ୍କର ସ୍ବାସ୍ଥ୍ଯବସ୍ଥା ଗୁରୁତ୍ବର ହେବାରୁ ଭଦ୍ରକ ମେଡିକାଲକୁ ପଠାଯାଇଥିଲା। ତାହାସହ ଅନ୍ଯ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ଯପଟେ ପୀଠରେ ପିଇବାପାଣି ଅସୁବିଧା ଥିବାରୁ ବାବାମଣିଙ୍କ ମନ୍ଦିର ସମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀ ଜଳ ବ୍ଯବହାର କରାଯାଉଥିବା ସ୍ଥାନୀୟ ଲୋକ ତହସିଲିଦାରଙ୍କ ଦୃଷ୍ଟି ଗୋଚର କରାଇଥିଲେ। ହେଲେ ଶିବଗଙ୍ଗା ଜଳ ଏବେ ପ୍ରଦୂଷିତ ହୋଇ କଳା ପଡିଯିବା ସହ ପଚା ଦୁର୍ଗନ୍ଧମୟ ହେଉଥିଲେ ମଧ୍ଯ ବିକଳ୍ପ ବ୍ଯବସ୍ଥା ନଥିବାରୁ  ବାଧ୍ଯ ହୋଇ ସେବାୟତମାନେ ନୀତିଭୋଗ ପ୍ରସ୍ତୁତ କରିବା ସହ ଜଳାଭିଷେକ କରୁଛନ୍ତି। ସେହିପରି ପୀଠର ଚାରିଆଡେ କୁଢକୁଢ ଅଳିଆ ଗଦା ହୋଇ ପଡିଥିଲେ ମଧ୍ଯ ସାମାନ୍ଯ ବିଚିଂ ପାୱଡର ପକାଯାଉନାହିଁ ବୋଲି ସ୍ଥାନୀୟ ଲୋକ ତହସିଲିଦାରଙ୍କ ଜଣାଇଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories