www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସକୁ ଭ୍ରମିତ କରୁଛନ୍ତି ସୋନମ୍‍; ସବୁ ପରିବାର ସଦସ୍ୟଙ୍କ ନାର୍କୋ ଟେଷ୍ଟ ଦାବି କଲେ ରାଜାଙ୍କ ଭାଇ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି । ତଦନ୍ତ ବେଳେ ପୁଲିସକୁ ସୋନମ ଭ୍ରମିତ କରୁଥିବାରୁ ପରିବାରର ସବୁ ସଦସ୍ୟଙ୍କ ନାର୍କୋ ଟେଷ୍ଟ ପାଇଁ ଦାବି କରିଛନ୍ତି ରାଜାଙ୍କ ଭାଇ । ରାଜାଙ୍କ ଭାଇ ସଚିନ ରଘୁବଂଶୀ ଅଭିଯୋଗ କରିଛନ୍ତି ଯେ ସୋନମ ଏବଂ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ଇନ୍ଦୋର ଆଣି ପଚରାଉଚରା କରାଯାଉ । ନାର୍କୋ ଟେଷ୍ଟ କରି ପୁରା ଘଟଣାର ସତ୍ୟ ବାହାରକୁ ଅଣାଯାଉ ।
ସୋନମ ୮ଦିନିଆ ରିମାଣ୍ଡ ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇନାହାଁନ୍ତି । ଜାଣିଶୁଣି ପୁଲିସକୁ ଭ୍ରମିତ କରୁଛନ୍ତି ସୋନମ । ତାଙ୍କୁ ଅଧିକ ସମୟ ରିମାଣ୍ଡରେ ନେଇ ଜେରା କରିବାକୁ ଦାବି କରିଛନ୍ତି ରାଜାଙ୍କ ଭାଇ । ସଚିନ ରଘୁବଂଶୀ ସୋନମଙ୍କ ସମଗ୍ର ପରିବାରର ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି । ସେ ସନ୍ଦେହ କରିଛନ୍ତି ଯେ ଷଡଯନ୍ତ୍ରରେ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କର ମଧ୍ୟ ଭୂମିକା ଥାଇପାରେ । ଏତେ ବଡ ଷଡଯନ୍ତ୍ର ଜଣେ କିମ୍ବା ଦୁଇ ଜଣ ଲୋକ କରିପାରିବେ ନାହିଁ । ଭାଇର ହତ୍ୟା ପଛର ପ୍ରକୃତ କାରଣ ପ୍ରକାଶ କରିବା ଉଚିତ ।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories