ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପକ୍ଷରୁ ଇରାନର ପରମାଣୁ ରିଆକ୍ଟର ଉପରେ କରାଯାଇଥିବା ଆକ୍ରମଣର ସାଟେଲାଇଟ ପଟୋ ଏବଂ ଭିଡିଓ ଜାରି ହୋଇଛି। ଏହି ଭିଡିଓଟି ଇରାନର ଅରାକ ପରମାଣୁ କେନ୍ଦ୍ରର। ଯାହା ରାଜଧାନୀ ତେହରାଠାରୁ ଦକ୍ଷିଣ-ପଶ୍ଚିମରେ ୨୫୦ କିଲୋମିଟର ଦୂରରେ ଅବସ୍ଥିତ।
ଇସ୍ରାଏଲ ଏହି ପରମାଣୁ ରିଆକ୍ଟର ଉପରେ ଆକ୍ରମଣ କରିବା ଦ୍ଵାରା ଏହାର ଉପରିଭାଗ ଡୋମ୍ ଷ୍ଟ୍ରକ୍ଚର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇରାନ ଏହାକୁ ପୂର୍ବରୁ ସ୍ଵୀକାର କରିଥିଲେ ହେଁ କେତେ ମାତ୍ରାରେ ଏହା କ୍ଷତିଗ୍ରସ୍ତ ହୋଇଛି ତାହା ଦର୍ଶାଇ ନ ଥିଲା। ଏବେ ଉଚ୍ଚ ଦୃଶ୍ୟ ସମ୍ପନ୍ନ ଫଟୋ ଏବଂ ଭିଡିଓ ଦ୍ଵାରା ଇସ୍ରାଏଲ ଆକ୍ରମଣର ପ୍ରଭାବ ବାରି ହୋଇପଡ଼ୁଛି।
ତେବେ ଆକ୍ରମଣ ସମୟରେ ଅରାକ ରିଆକ୍ଟର ବନ୍ଦ ରହିଥିଲା। ଏଠାରେ ପ୍ଲୁଟୋନିୟମ ଉତ୍ପାଦନ ହୋଇଥାଏ, ଯାହା ପରମାଣୁ ଅସ୍ତ୍ରରେ ବ୍ୟବହାର ହୋଇଥାଏ।
☢️IRAN:
Satellite image of damage to heavy water reactor in Arak pic.twitter.com/gGCSxw75Cu— Middle East Observer (@Mid7East) June 19, 2025



