www.samajalive.in
Tuesday, December 9, 2025
19.1 C
Bhubaneswar

ବାଘକୁ ଧରିବା ପାଇଁ ଅପରେସନ ଆରମ୍ଭ

ଭୁବନେଶ୍ବର : ରାଜଧାନୀକୁ ପଶି ଆସିଥିବା କଲରାପତରିଆ ବାଘକୁ ଧରିବା ପାଇଁ ମଙ୍ଗଳବାର ସକାଳେ ‘ଅପରେସନ ଲିଓପାର୍ଡ’ ଆରମ୍ଭ ହୋଇଛି। ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ସ୍ବତନ୍ତ୍ର ଟିମ ଆସିଥିବା ଜଣାପଡିଛି। ବାଘଟି ବିମାନ ବନ୍ଦର କିମ୍ବା ତାର ଆଖପାଖ ଅଞ୍ଚଳରେ ଛପି ରହିଥିବାର ସିଟି ଫରେଷ୍ଟ ଡିଭିଜନର କର୍ମଚାରୀମାନେ ଅନୁମାନ କରିଛନ୍ତି। ବାଘ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି। ଏହାସହ ଏୟାରପୋର୍ଟ ରାସ୍ତାକୁ ସିଲ ମଧ୍ୟ କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘକୁ ଦେଖିବାକୁ ମିଳିଥିଲା। ବାଘଟି ଏକ ପାଚେରୀ ଡେଇଁ ଭିତରକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ମଙ୍ଗଳବାର ଭୋର ପ୍ରାୟ ୪ଟାରେ ବିମାନବନ୍ଦର ନିକଟ ଜଙ୍ଗଲ ଅଞ୍ଚଳରେ ବାଘ ବୁଲୁଥିବା ଜଣେ ସିଆଇଏସଏଫ ଯବାନ ଦେଖିଥିଲେ। ବାଘଟିର ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories