www.samajalive.in
Sunday, December 14, 2025
26.1 C
Bhubaneswar

ବାଲେଶ୍ବରରେ ପ୍ରବେଶ କଲା ଝାଡ଼ାବାନ୍ତି

ସିମୁଳିଆ : ଯାଜପୁର ଓ ଭଦ୍ରକ ପରେ ବାଲେଶ୍ବର ଜିଲ୍ଲାକୁ ବ୍ୟାପିଲା ହଇଜା । ସମସ୍ତେ ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ ଚିକିତ୍ସା ଜାରି ରହିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକରୁ ୨୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ବ୍ୟାପିବା ପରେ ଅଞ୍ଚଳବାସୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଦୁଇ ଦିନ ଧରି ଲୋକମାନଙ୍କୁ ଝାଡାବାନ୍ତି ବ୍ୟାପିବା ପରେ ସିମୁଳିଆ ମେଡ଼ିକାଲରେ ଅଧିକ ବେଡ ନଥିବାରୁ ରୋଗୀମାନେ ଭୟଭୀତ ଅଛନ୍ତି। ସିମୁଳିଆ ବ୍ଲକ ମାର୍କୋଣା,ଶ୍ୟାମ ସୁନ୍ଦର ପୁର, କୁଆଁରପୁର, ମଇତାପୁର, ବରି ଆଦି ଗ୍ରାମରେ କାୟା ମେଲାଇଚାଲିଛି ଝାଡା ବାନ୍ତି, ସମସ୍ତ ସିମୁଳିଆ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଗକୁ ଆକ୍ରାନ୍ତ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି l ସିମୁଳିଆ ମେଡ଼ିକାଲର ମୁଖ୍ୟ ଡାକ୍ତର ସମ୍ବିତ କୁମାର ଦାସଙ୍କୁ ପଚାରିବାରୁ ଏବେ ରୋଗୀ କଣ୍ଟ୍ରୋଲରେ ଥିବା ସୂଚନା ଦେବା ସହ ଖାଦ୍ୟପେୟ ନେଇ ଲୋକେ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories