www.samajalive.in
Sunday, December 14, 2025
26.1 C
Bhubaneswar

ଟାଉନ କ୍ଲବର ରଜ ମହୋତ୍ସବ ଉଦଯାପିତ

ଆଠଗଡ : ଗଡଜାତର ଐତିହ୍ଯ ସମ୍ପନ୍ନ ଆଠଗଡ଼ ଟାଉନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ତିନିଦିନିଆ ରଜ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ରଜ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ଓ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଯୋଗ ଦେଇଥିବାବେଳେ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ଯ ଅତିଥି ରୂପେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏବଂ ସଂମ୍ମାନିତ ଅତିଥି ଭାବରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ.ପ୍ରମୋଦ କିଶୋର ଦାସ ଯୋଗ ଦେଇଥିଲେ । ସେହିପରି ତୃତୀୟ ତଥା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ସମ୍ମାନିତ ଅତିଥି ରୂପେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ଏନଏସି ନିର୍ବାହୀ ଅଧିକାରୀ ବଳୟ ଦେହୁରୀ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ବହୁ ପୁରାତନ ତଥା ଐତିହ୍ଯ ସମ୍ପନ୍ନ ଅନୁଷ୍ଠାନ ଆଠଗଡ଼ ଟାଉନ କ୍ଲବର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହା କିଛି ଆବଶ୍ୟକତା ରହିଛି ତାହା ପ୍ରଶାସନିକ ସ୍ଥରରେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ମୁଖ୍ୟଅତିଥି ଶ୍ରୀ ଶର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ ।

ଆଠଗଡ଼ ମାଟି କଳା ଓ ସଂସ୍କୃତିର ମାଟି ଏବଂ ଟାଉନ କ୍ଲବ ତାହାର ଏନ୍ତୁଡ଼ିଶାଳ ବୋଲି ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ । କ୍ଲବର ସଭାପତି ରାମନାରାୟଣ ମହାନ୍ତିଙ୍କ ପୌରୋହିତ୍ୟ କରିଥିବାବେଳେ ସମ୍ପାଦକ ରଞ୍ଜନ କୁମାର ଦାସ ବିବରଣୀ ପାଠ କରିଥିଲେ । ତିନିଦିନ ଧରି ଚାଲିଥିବା ରଜ ମହୋତ୍ସବ ଅବସରରେରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ଉଚ୍ଚକୋଟୀର  ନୃତ୍ଯ ସଂଗୀତ ସାଙ୍ଗକୁ ରଜ କୁଇନ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରଜ କୁଇନ ଭାବେ ମନୋନୀତ ହୋଇଥିବା ସର୍ବକନିଷ୍ଠ ବର୍ଗରେ ସାଇ ସ୍ମୃତିଲଷ୍ମୀ ସାହୁ, କନିଷ୍ଠ ବର୍ଗରେ ତୃପ୍ତିପ୍ରିୟା ସାହୁ, ବରିଷ୍ଠରେ ମନ୍ଦାକିନୀ ପ୍ରିୟଦର୍ଶିନୀ ଏବଂ ପିଠା, ଶଙ୍ଖ ଏବଂ ହୁଳହୁଳି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିସହିତ ସିବିଏସସି ୧୦ମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା କୁଲାଇଲୋସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତି ସ୍ୱରୂପା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନାମଧନ୍ଯ ଉଦଘୋଷକ ପାର୍ଥସାରଥୀ ପଟନାୟକ ମଞ୍ଚ ପରିଚାଳନା ଏବଂ ରମେଶ ଚନ୍ଦ୍ର ସାହାଣୀ ଓ ଜିତେନ୍ଦ୍ର କୁମାର ସ୍ୱାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହସମ୍ପାଦକ ସୋମନାଥ ଭକ୍ତା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧକ୍ଷ ମନୋରଞ୍ଜନ ସ୍ୱାଇଁ, ନୀଳକଣ୍ଠ ଦୋରା, ପ୍ରସନ୍ନ କୁମାର ଭକ୍ତା, ଦାଶରଥି ସାହୁ ଓ ଅନ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାର ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories