www.samajalive.in
Sunday, December 14, 2025
14.1 C
Bhubaneswar

ଦରକାର ପଡିବନି କ୍ଲଚ୍, ହୋଣ୍ଡା ଆଣିଲା ଏମିତି ବାଇକ୍

ନୂଆଦିଲ୍ଲୀ : ଯଦି ଆପଣ ବାଇକ ଚଲାଇବାକୁ ସଉକ ରଖନ୍ତି ଏବଂ ମିଡ୍-ସେଗମେଣ୍ଟରେ କୌଣସି ସ୍ପୋର୍ଟ୍ସ ବାଇକ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଦମଦାର ବିକଳ୍ପ ଆସିଯାଇଛି । ହୋଣ୍ଡା ସିବିଆର୬୫୦ଆର୍ ଇ-କ୍ଲଚ୍ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ । ୧୦.୪୦ ଲକ୍ଷ ଟଙ୍କାର (ଏକ୍ସ-ଶୋରୁମ୍) ଦାମରେ ଲଞ୍ଚ୍ ହୋଇଥିବା ଏହି ବାଇକ୍ ଏବେ ଭାରତରେ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ ହୋଇଯାଇଛି । ଏହା ଖାସ୍ କରି ହୋଣ୍ଡା ବିଗ୍ ଓ୍ବିଗର ଡିଲରସିପ୍ ଜରିଆରେ ବିକ୍ରି କରାଯାଉଛି ।

ଏହି ପାଓ୍ବରଫୁଲ୍ ସ୍ପୋର୍ଟ୍ସ ଟୁରରେ ୬୪୯ ସିସି, ଲିକ୍ବିଡ୍-କୁଲ୍ଡ, ଇନଲାଇନ୍ ୪ ସିଲିଣ୍ଡର ଇଞ୍ଜିନ ମିଳିଥାଏ ଯାହା ୯୪ ବିଏଚପିର ପାଓ୍ବର ଓ ୬୩ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ସହିତ ସ୍ଲିପ୍ ଓ ଆସିଷ୍ଟ କ୍ଲଚ୍ ମଧ୍ୟ ସାମିଲ । ଯଦି ଆପଣ କି ଇ-କ୍ଲଚର ଅନୁଭୂତି ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରାୟ ୪୦ ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ହେବ । ହୋଣ୍ଡା ଇ-କ୍ଲଚ ଟେକ୍ନୋଲୋଜି ଏକ ଆଡଭାନ୍ସ ଟେକ୍ନୋଲୋଜି ଯାହାକୁ ସର୍ବପ୍ରଥମେ ୨୦୨୩ରେ କମ୍ପାନୀ ଆଣିଥିଲା । ଏହାକୁ ବ୍ୟବହାର କରି ଗିୟର ବଦଳାଇବା ସହଜ କରିହେବ ଏବଂ ବିନା କ୍ଲଚରେ ଗିୟର ବଦଳିପାରିବ । ଏଥିରେ ୩୧୦ ଏମଏମର ଡୁଆଲ ଫ୍ଲୋଟିଂ ଡିସ୍କ ବ୍ରେକ୍ (ଫ୍ରଣ୍ଟ), ୨୪୦ ଏମଏମ ସିଙ୍ଗଲ ଡିସ୍କ(ରିୟର), ଉତ୍ତମ କଣ୍ଟ୍ରୋଲ ଓ ସେଫ୍ଟି ପାଇଁ ଡୁଆଲ ଚ୍ୟାନେଲ ଏବିଏସ୍ ସିଷ୍ଟମ ମିଳିଥାଏ । ଏଥିରେ ୫ ଇଞ୍ଚର ଟିଏଫଟି ଡିସପ୍ଲେ ମିଳିଥାଏ । ଏଥିରେ କଲ୍, ମେସେଜ, ନେଭିଗେସନ ଓ ବ୍ଲୁଟୁଥ୍ କନେକ୍ଟିଭିଟି ଦିଆଯାଇଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories