ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍.. ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ ରଦ୍ଦ ହୋଇଥିବା ବେଳେ ପ୍ୟାରିସ୍ରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ମଧ୍ୟ ରଦ୍ଦ ହୋଇଛି.. ଯାନ୍ତ୍ରିକ ତ୍ରୁଟି କାରଣରୁ ରଦ୍ଦ ହୋଇଥିବା ସୂଚନା.. ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁଁ ଅହମ୍ମଦାବାଦ-ଲଣ୍ଡନ ବିମାନ ବାତିଲ ହୋଇଥିଲା..
ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା.. ୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା.. ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..
ଯାତ୍ରା ମହାବଳ ସଞ୍ଜୟ ଭୋଳଙ୍କୁ କ୍ଷମା କରିଦେଲେ ଗୁରୁ, ହଟିଲା ବ୍ୟାନ୍.. ଏକ ନିର୍ଦିଷ୍ଟ ଗଣମାଧ୍ୟମରେ ନାଟକ ଲେଖାକୁ ନେଇ ଛି ଛି କରିବାସହ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ ସଞ୍ଜୟ ଭୋଳ.. ଏଥିରେ ଖପ୍ପା ହୋଇ ଅପେରା ମାଷ୍ଟର ଅସୋସିଏସନ୍(ଓମା) ସଞ୍ଜୟଙ୍କୁ ବ୍ୟାନ୍ କରିଥିଲା.. ଓମା ବୈଠକରେ ସଞ୍ଜୟ କ୍ଷମା ପ୍ରାର୍ଥନା କରିଥିବାବେଳେ ଓମା ତାଙ୍କୁ କ୍ଷମା କରିବାସହ ବ୍ୟାନ୍ ହଟାଇ ଦେଇଛି..
କଟକରେ ହୋଟେଲ ସିଲ୍.. କଟକ ଷ୍ଟେସନ୍ ନିକଟରେ ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ.. ହୋଟେଲ ସିଲ୍ କଲା ଟିମ୍..
ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା.. ସୋନମ୍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରୁଛି ସିଲଂ ପୁଲିସ..



