www.samajalive.in
Saturday, December 13, 2025
26.1 C
Bhubaneswar

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ଅହମ୍ମଦାବାଦ-ଲଣ୍ଡନ ବିମାନ ବାତିଲ

ଅହମ୍ମଦାବାଦ: ଯାନ୍ତ୍ରିକ ତ୍ରୁଟି ଯୋଗୁଁଁ ଏୟାର ଇଣ୍ଡିଆର ଅହମ୍ମଦାବାଦ-ଲଣ୍ଡନ ବିମାନକୁ ବାତିଲ କରାଯାଇଛି। ଏହା ସେହି ରୁଟ୍, ଯେଉଁଠାରେ ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ଏୟାର ଇଣ୍ଡିଆର ବିମାନ ଏଆଇ-୧୫୯ ମଙ୍ଗଳବାର ଦିନ ୧.୧୦ରେ ଅହମ୍ମଦାବାଦରୁ ଉଡ଼ାଣ ଭରିବାର ଥିଲା। ଲଣ୍ଡନରେ ଏହାର ଅବତରଣ ସମୟ ସନ୍ଧ୍ୟା ୬.୨୫ରେ ବୋଲି କୁହାଯାଇଥିଲା। ଉଡ଼ାଣର କିଛି ସମୟ ପୂର୍ବରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର ଉଡ଼ାଣ ବାତିଲ କରାଯାଇଛି।

ଏହା ପୂର୍ବରୁ ଆଜି ଆଉ ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ କଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ଏୟାରଇଣ୍ଡିଆର ଏହି ବିମାନ ଆମେରିକାର ସାନ୍‌ଫ୍ରାନସିସକୋରୁ ମୁମ୍ବଇ ଆସୁଥିବା ବାଟରେ ଏହାର ବାମପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହାଫଳରେ ପାଇଲଟ କଲକାତା ବିମାନ ବନ୍ଦର ଏଟିସି ସହ ଯୋଗାଯୋଗ କରି ସେଠାରେ ଜରୁରୀ ଅବତରଣ କରାଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ଦିଆଯାଇଥିଲା। ସୋମବାର ମଧ୍ୟ ହଂକଂରୁ ଏକ ବିମାନ ଉଡ଼ାଣ ଆରମ୍ଭ କରିବାର ୯୦ ମିନିଟ ପରେ ମଝି ଆକାଶରୁ ପୁଣି ହଂକଂ ଫେରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories