www.samajalive.in
Sunday, December 14, 2025
26.1 C
Bhubaneswar

ବିଳମ୍ବ ହେବା ପୂର୍ବରୁ ଇରାନ ବୁଝାମଣା କରିବା ଉଚିତ, ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ନେଇ ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ବିଳମ୍ବ ହେବା ଆଗରୁ ଇରାନ ଇସ୍ରାଏଲ ସହିତ ବୁଝାମଣା କରୁ ବୋଲି ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ଖୋଲାଖୋଲି ଭାବେ କହିଛନ୍ତି ଯେ, ଏହି ଯୁଦ୍ଧକୁ ଇରାନ ଜିତି ପାରିବ ନାହିଁ। ତାଙ୍କର ଏହି ମନ୍ତବ୍ୟ କିଛି ଭିନ୍ନ ଇଙ୍ଗିତ କରୁଛି। ଅର୍ଥାତ ଦରକାର ପଡ଼ିଲେ ଆମେରିକା ଇସ୍ରାଏଲକୁ ପ୍ରତ୍ୟକ୍ଷ ସହଯୋଗ କରିପାରେ ବୋଲି ଟ୍ରମ୍ପଙ୍କ ମନ୍ତବ୍ୟରୁ ବୁଝାପଡ଼ୁଛି।

ଟ୍ରମ୍ପ ସୋମବାର କାନାଡ଼ାରେ ଅନୁଷ୍ଠିତ ଜି-୭ ବୈଠକରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ଇରାନ ଜିତୁନାହିଁ। ସମୟ ବିଳମ୍ବ ହେବା ଆଗରୁ ସେ ତୁରନ୍ତ ଆଲୋଚନା କରିବା ଉଚିତ। ଇରାନକୁ ଡିଲ୍‌ କରିବାକୁ ପଡ଼ିବ। ଏହା ଦୁଇପକ୍ଷଙ୍କ ପାଇଁ କଷ୍ଟକର ହୋଇପାରେ। କିନ୍ତୁ ଇରାନ ଯୁଦ୍ଧରେ ବିଜୟୀ ହେବ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories