www.samajalive.in
Saturday, December 13, 2025
26.1 C
Bhubaneswar

ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟ, ତେହରାନ ଆଣବିକ ପ୍ରକଳ୍ପ, ତୈଳ ଡିପୋ ଉପରେ ଇସ୍ରାଏଲର ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଇରାନ ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ଆକ୍ରମଣର ଇରାନ ଜବାବ ଦେବା ପରେ ଇସ୍ରାଏଲ ଏହାର ଆକ୍ରମଣାତ୍ମକ ପଦକ୍ଷେପକୁ ଆହୁରି ତୀବ୍ରତର କରିଛି। ଇରାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଶୁକ୍ରବାର ଇରାନ ପକ୍ଷରୁ ଇସ୍ରାଏଲର ପ୍ରମୁଖ ସାମରିକ ଘାଟି ତଥା କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇସ୍ରାଏଲ ଇରାନକୁ କଡ଼ା ଚେତାବନୀ ଦେଇ ତେହରାନକୁ ଜାଳିଦେବୁ ବୋଲି କହିଥିଲା। ବର୍ତ୍ତମାନ ଇସ୍ରାଏଲ ତେହରାନ ଉପରେ ଆକ୍ରମଣକୁ ଜୋରଦାର କରିଛି। ତେହରାନରେ ଥିବା ଇରାନର ଆଣବିକ ପ୍ରକଳ୍ପ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। କେବଳ ଏତିକି ନୁହେଁ, ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ସମେତ ତେହରାନ ନିକଟ ଶରହନରେ ଥିବା ତୈଳ ଡିପୋ ଉପରେ ବି ଇସ୍ରାଏଲ ଆକ୍ରମଣ କରିଛି। ଏହା ପୂର୍ବରୁ ଇରାନ ଇସ୍ରାଏଲର ହାଇଫାସ୍ଥିତ ତୈଳ ରିଫାଇନାରି ଉପରେ ଆକ୍ରମଣ କରିଥିଲା।

- Advertisement -

ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନା ଭୟଙ୍କର ଯୁଦ୍ଧ ରୂପ ନେଇପାରେ ବୋଲି କୁହାଯାଉଛି। ଉତ୍ତେଜନା ହ୍ରାସ ଲାଗି ବିଭିନ୍ନ ଦେଶ ପକ୍ଷରୁ ଦୁଇ ଦେଶକୁ ପରାମର୍ଶ ଦିଆଯାଇଥିଲେ ହେଁ ତାହା ଅଟକିବାର ନାଁ ନେଉନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories