www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ଉପରେ ଆକ୍ରମଣ କଲେ ଧ୍ବଂସ କରିଦେବୁ- ଇରାନ ଧମକର ଜବାବ ଦେଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲକୁ ଯେଉଁ ଦେଶ ସହଯୋଗ କରିବ ତା’ ଉପରେ ଇରାନ ଆକ୍ରମଣ କରିବ। ଗତ ଶନିବାର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇରାନ ଏଭଳି ଧମକ ଦେଇଥିଲା। ରବିବାର ଏହାର ଜବାବ ଦେଇଛି ଆମେରିକା। ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଖାମନେଇ ନେତୃତ୍ଵାଧୀନ ଇସଲାମିକ ରିପବ୍ଲିକ ଇରାନକୁ କଡ଼ା ଶବ୍ଦରେ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପଛରେ ଆମେରିକାର କୌଣସି ଭୂମିକା ନାହିଁ। ଏହା ସତ୍ବେ ଯଦି ଆମେରିକା ଉପରେ କୌଣସି ବାଟରେ ଇରାନ ଆକ୍ରମଣ କରେ, ତେବେ ଆମେରିକା ଏହାର ସେନାକୁ ନିୟନ୍ତ୍ରଣମୁକ୍ତ କରିଦେବ। ଯାହାର ପରିଣାମ ଇରାନ କେବେ ଚିନ୍ତା କରି ନ ଥିବ। ତେବେ ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଡିଲ୍‌ କରି ଏହି ଯୁଦ୍ଧ ରୋକିପାରିବେ ବୋଲି କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories