www.samajalive.in
Monday, December 8, 2025
27.1 C
Bhubaneswar

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ

ନୂଆଦିଲ୍ଲୀ : କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହି ଉକ୍ତିର ଯର୍ଥାର୍ଥତା ଏହି ଘଟଣାରେ ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି। ଗୁରୁବାର ଅର୍ଥାତ୍‌ ଜୁନ୍‌ ୧୨ରେ ଗୁଜରାଟର ଅହମଦାବାଦରେ ହୋଇଥିବା ବଡ ଧରଣର ବିମାନ ଦୁର୍ଘଟଣାରେ ଅନେକ ଜୀବନ ଚାଲି ଯାଇଛି । ମାତ୍ର ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଏହି ବିମାନ ଦୁର୍ଘଟଣାରେ ୪୦ ବର୍ଷୀୟ ଭାରତୀୟ ବ୍ରିଟିଶ ନାଗରିକ ବିଶ୍ୱାସ ରମେଶ କୁମାରଙ୍କ ଜୀବନ ବଞ୍ଚି ଯାଇଛି। ବିମାନଟି ଉଡାଣ ଭରିବାର ମାତ୍ର କିଛି ମିନିଟ୍‌ରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ କ୍ରୁ ଓ ଯାତ୍ରୀଙ୍କୁ ମିଶାଇ ୨୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୨୪୧ ଜଣଙ୍କ ମୃତ୍ୟୁ ହୋଇଛି।

ବିଶ୍ୱାସଙ୍କ ଜୀବନ ବଞ୍ଚିବା କୌଣସି ଚମତ୍କାରରୁ କମ୍‌ ନୁହେଁ । ବିମାନର ଭଗ୍ନାଂଶ ଭିତରୁ ସେ ନିଜେ ଚାଲି କରି ଆସିବା ଦେଖି ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହାପରେ ବିଶ୍ୱାସଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ଭୟଙ୍କର, ଛାତିଥରା ଓ ମର୍ମାହତ ଦୁର୍ଘଟଣାର ଏକ ମାତ୍ର ସାକ୍ଷୀ ବିଶ୍ୱାସ କହିଥିଲେ ଛାତିଥରା ଘଟଣା । ବିଶ୍ୱାସଙ୍କ କହିବାନୁସାରେ ଉଡାଣ ଭରିବାର ମାତ୍ର କିଛି ମିନିଟ୍‌ରେ ହିଁ ଖୁବ୍‌ ଜୋରରେ ଶବ୍ଦ ଶୁଣାଯାଇଥିଲା । ସମସ୍ତେ ଭୟଭୀତ ହେବା ସହ ଜୋର୍‌ରେ ଚିତ୍କାର କରିବାକୁ ଲାଗିଥିଲେ । ତା’ରେ ସେ ନିଜକୁ ଅନେକ ମୃତଦେହ ମଧ୍ୟରେ ହିଁ ଦେଖିଥିଲେ। ଭୟରେ ସେଠାରୁ ବାହାରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଆମ୍ବୁଲାନ୍ସରେ ବସାଇଥିଲେ । ତାଙ୍କ ଆଖି ସାମ୍ନାରେ ହିଁ ସବୁକିଛି ଘଟିଥିଲା । ମାତ୍ର ଆଉ କିଛି ମନେ ନାହିଁ । ସେ କେମିତି ବଞ୍ଚିଛନ୍ତି, ସେ ନିଜେ ମଧ୍ୟ ବିଶ୍ୱାସ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି । କିଛି ସମୟ ପାଇଁ ତାଙ୍କୁ ମଧ୍ୟ ଅନୁଭବ ହୋଇଥିଲା ତାଙ୍କର ମୃତ୍ୟୁ ହୋଇଯିବ । କିନ୍ତୁ ଆଖି ଖୋଲିବା ପରେ ନିଜକୁ ଜୀବିତ ଅବସ୍ଥାରେ ଦେଖିଥିଲେ । ଉଡାଣ ଭରିବାର ମାତ୍ର କିଛି ସେକେଣ୍ଡରେ ହିଁ ଏସବୁ ଘଟିଥିଲା । ବିଶ୍ୱାସଙ୍କ ଚିହ୍ନଟ ୧୧ଏରେ ବସିଥିବା ଯାତ୍ରୀଙ୍କ ରୂପରେ ହୋଇଥିଲା ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ହସ୍ପିଟାଲକୁ ଯାଇ ବିଶ୍ୱାସଙ୍କୁ ସାକ୍ଷାତ କରିଛନ୍ତି । ସେ ଘଟିଥିବା ସମସ୍ତ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ବିଶ୍ୱାସ ବିମାନର ଯେଉଁ ସିଟ୍‌ରେ ବସିଥିଲେ, ସେଠାରେ କିଛି ସ୍ଥାନ ଥିଲା । ଯାହାଦ୍ୱାରା ସେ ସେଠାରୁ ବାହାରିବାକୁ ସକ୍ଷମ ହୋଇଥିଲେ । ବିଶ୍ୱାସ କହିଛନ୍ତି, ସେ ବିମାନରୁ ଡେଇଁନଥିଲେ, କିନ୍ତୁ ଦୁର୍ଘଟଣା ସମୟରେ ସିଟ୍ ସହିତ ବାହାରକୁ ଆସିଥିଲେ। ସେ କହିଛନ୍ତି ଯେ ଯେତେବେଳେ ନିଆଁ ଲାଗିଲା, ତାଙ୍କର ବାମ ହାତ ପୋଡ଼ି ଯାଇଥିଲା ଏବଂ ଲୋକମାନେ ତାଙ୍କୁ ଏକ ଆମ୍ବୁଲାନ୍ସରେ ଆଣିଥିଲେ।

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

ବିଶ୍ୱାସ ତାଙ୍କ ବୋର୍ଡିଂ ପାସ୍ ଧରିଥିଲେ ଏବଂ ସେ ସୁରକ୍ଷିତ ମଧ୍ୟ ଥିଲେ। ଗତ ଦୁଇ ଦଶନ୍ଧି ଧରି ବିଶ୍ୱାସ ଲଣ୍ଡନରେ ରହୁଛନ୍ତି। ତାଙ୍କ ଭାଇ ଅଶୋକଙ୍କ ସହିତ ଭାରତ ଆସିଥିଲେ। ରମେଶ ଏବଂ ତାଙ୍କ ଭାଇ ଅଶୋକ ଗୁଜରାଟ ସୀମାରେ ଅବସ୍ଥିତ କେନ୍ଦ୍ରଶାସିତ ଅଞ୍ଚଳ ଦିଉକୁ ଯାଇଥିଲେ ଏବଂ ସେଠାରୁ ଫେରି ଆସୁଥିଲେ।

ଗତକାଲି ଏୟାର ଇଣ୍ଡିଆର ବିମାନଟି ପ୍ରାୟ ୧:୩୮ ସମୟରେ ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ମେଡିକାଲ କଲେଜ ହଷ୍ଟେଲର କୋଠା ସହିତ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା, ଏକାଥରେ ବଢିଲା ଏତେ

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories