www.samajalive.in
Saturday, December 6, 2025
23.1 C
Bhubaneswar

ଅହମ୍ମଦାବାଦ ବିମାନ ଦୁର୍ଘଟଣା ; ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ୧୬୯ ଭାରତୀୟ

ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା ସୂଚନା ମିଳିଛି । ତାଙ୍କ ଅବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।
ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ। ପୁଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାସ୍ଥଳ ସ୍ଥଳକୁ ଯାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ପ୍ରାୟ ୯୦ ଜଣିଆ ଟିମ୍‌ ଏନଡିଆରଏଫ ଟିମ୍‌ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାର ମାତ୍ର କିଛି କ୍ଷଣ ପୂର୍ବରୁ ‘ମେଡେ କଲ୍‌’ କରିଥିଲେ ପାଇଲଟ୍‌ । ଆସନ୍ନ ବିପଦ ଜାଣିପାରି ପାଇଲଟ୍‌ କଲ୍‌ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନରେ ୫୨ ବ୍ରିଟିଶ ପାସେଞ୍ଜର,ପର୍ତ୍ତୃଗାଲ୍‌ର ୫ ନାଗରିକ,୧୬୯ ଭାରତୀୟ ଥିଲେ।  ଅନ୍ୟ କେଉଁ ଦେଶର ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଏଥିରେ ୨୪୨ ଜଣ ଯାତ୍ରା କରୁଥିଲେ। ସୂଚନା ଅନୁଯାୟୀ, ଏହି ବିମାନଟି ଅପରାହ୍ନ ୧.୩୮ ରେ ଉଡ଼ାଣ ଭରିଥିଲା ଏବଂ ମାତ୍ର ୨ ମିନିଟ୍ ମଧ୍ୟରେ ଅପରାହ୍ନ ୧.୪୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦେଖନ୍ତୁ ; ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories