www.samajalive.in
Thursday, December 11, 2025
16.1 C
Bhubaneswar

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି : ବିବାହ ଶୋଭାଯାତ୍ରାରେ ବାଜିଲା ଦେଶଭକ୍ତିର ସଙ୍ଗୀତ, ଉଡ଼ିଲା ତ୍ରିରଙ୍ଗା

ଗୁଜରାଟ : ଗୁଜରାଟ ସ୍ଥିତ ଭଦୋଦରାର ଗୋଟିଏ ପରିବାର ପୁଲୱାମା ଆକ୍ରମଣରେ ସହିଦ ଯବାନମାନଙ୍କୁ ଏକ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରବିବାର ପୁଅ ବାହାଘରରେ ଯାଉଥିବା ବରଯାତ୍ରୀ ଶୋଭାଯାତ୍ରାକୁ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ସଭାରେ ପରିବର୍ତ୍ତିତ କରିଥିଲେ। ପ୍ରଥମେ ଦୁଇ ମିନଟ୍‍ ନୀରବ ପ୍ରାର୍ଥନା ପରେ ବରଯାତ୍ରୀ ବାହାରିବା ସମୟରେ ଡିଜେରେ ଅନ୍ୟ ଗୀତ ପରିବର୍ତ୍ତେ ଦେଶଭକ୍ତିର ସଙ୍ଗୀତ ବଜାଇଥିଲେ। ବରଯାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରା ଆରମ୍ଭ କରିଥିଲେ।

image courtesy-EENADU India

ସୂଚନା ଅନୁସାରେ, ଭଦୋଦରାର କାରେଲିବାଗ ଅଞ୍ଚଳରେ ବାସ କରୁଥିବା ମନୀଷଙ୍କ ବିବାହ ଦୀପିକାଙ୍କ ସହ ଠିକ୍‍ ହୋଇଥିଲା। ଦୁହିଁଙ୍କ ବିବାହ ଧୁମଧାମରେ କରାଇବା ପାଇଁ ଦୁଇ ପରିବାର ମନସ୍ଥ କରିଥିଲେ। ହେଲେ ପୁଲୱାମା ଘଟଣା ବିଷୟରେ ଶୁଣିବା ପରେ ତୁରନ୍ତ ଦୁଇ ପରିବାର ନିଷ୍ପତ୍ତି ନେଇଥିଲେ ଯେ ବାହାଘରରେ କୌଣସି ନାଚଗୀତ କରାଯିବନାହିଁ। ଏଥିସହିତ ତ୍ରିରଙ୍ଗା ଉଡ଼ାଇ ବରଯାତ୍ରୀ ଶୋଭାଯାତ୍ରା ବାହାର କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ଉଭୟ ବର ଓ କନ୍ୟା ଏହାକୁ ସମର୍ଥନ କରି ନିଜେ ମଧ୍ୟ ହାତରେ ପତାକା ଓ ପ୍ଲାକାର୍ଡ଼ ଧରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories