www.samajalive.in
Saturday, December 13, 2025
26.1 C
Bhubaneswar

ପୁତୁଡି ଜଳପ୍ରପାତରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ଫୁଲବାଣୀ: ପୁତୁଡି ଜଳପ୍ରପାତରେ ବାହାର ରାଜ୍ୟରୁ ଆସିଥିବା କିଛି ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଦୁର୍ବୃତ୍ତମାନଙ୍କୁ ଖୋଜିବା ଜାରି ରହିଥିବାବେଳେ କେହି ମଧ୍ୟ ପୁଲିସ ହାତରେ ଧରା ପଡିନାହାନ୍ତି।

ସୂଚନାଯୋଗ୍ୟ, କେରଳ ରାଜ୍ୟ କନ୍ନୁର ଜିଲ୍ଲାର କିଛି ବ୍ୟକ୍ତି ଫୁଲବାଣୀ ସରକାରୀ ମେଡିକାଲ କଲେଜ ସୋଲାର ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାଇଟ ଇଞ୍ଜିନିୟର ଆନନ୍ଦ କିରଣଙ୍କ ନେତୃତ୍ୱରେ ସେମାନେ ରବିବାର ୪ଟି ସ୍କୁଟିରେ  ପୁତୁଡି ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ। ସେଠାରେ କିଛି ସ୍ଥାନୀୟ ଯୁବକଙ୍କ ସହିତ ସେମାନଙ୍କର କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କଠାରୁ ୭ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ଜିନିଷ ଛଡାଇ ନେଇଥିଲେ।

- Advertisement -

ଜଳପ୍ରପାତ ବୁଲିବାକୁ ଯାଇଥିବା ଅନ୍ୟ କିଛି ଯୁବକ ଆସି ଏ ନେଇ ଫୁଲବାଣୀ ଟାଉନ ଥାନାରେ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ସଦର ଥାନାକୁ ସୂଚନା ଦେବା ପରେ ସଦର ପୁଲିସ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସଦର ପୁଲିସ ଏ ସମ୍ପର୍କରେ ୧୪୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ବୃତ୍ତ ଧରାପଡି ନ ଥିବା ତଦନ୍ତ ଅଧିକାରୀ ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories