www.samajalive.in
Thursday, December 11, 2025
16.1 C
Bhubaneswar

ଘଟଗାଁ ବ୍ଲକରେ ପାରମ୍ପରିକ ଖାଦ୍ୟ ମେଳା

ପାଟଣା : ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟରେ ସ୍ୱାବଲମ୍ବୀ କରେଇବା ସହ ଆମ ଓଡ଼ିଶାର ପାରମ୍ପରିକ ଏବଂ ଉଚ୍ଚ ଗୁଣବତ୍ତାଯୁକ୍ତ ଖାଦ୍ୟକୁ ଲୋକପ୍ରିୟ କରେଇ ଏହାର ସ୍ବାସ୍ଥ୍ୟଗତ ସୁଫଳ ଓ ଉତ୍ତମ ସ୍ୱାଦର ପ୍ରଚାର ପ୍ରସାର ଲକ୍ଷ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ବିଡ଼ିଓ ଖଗେଶ୍ଵର ବରାଳ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସିଡିପିଓ ଜୟନ୍ତୀ ମହାନ୍ତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିବା ବେଳେ ବିଚାରକ ରୂପେ ଭଦ୍ରକର ଗୃହବିଜ୍ଞାନ ଅଧ୍ୟାପକ ପ୍ରତାପ କୁମାର ମହାନ୍ତି ଓ ରସାୟନବିଜ୍ଞାନ ଅଧ୍ୟାପକ ସଞ୍ଜୟ ଦାସ ଯୋଗଦେଇଥିଲେ। ଘଟଗାଁ ବ୍ଲକର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ମେଳାରେ ଅଂଶଗ୍ରହଣ କରି ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ଭାଗନେଇଥିଲେ। ନିୟମ ଅନୁଯାୟୀ ସେମାନେ ବ୍ଲକ କାର୍ଯ୍ୟାଳୟରେ ହିଁ ଖାଦ୍ୟ ପ୍ରସ୍ତୁତି କରିଥିଲେ।

ଉନ୍ନତ ମାନର ଖାଇବା ତେଲ ଓ ଆନୁଷଙ୍ଗିକ ପ୍ରାକୃତିକ ମସଲା ଏହି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥିଲା। ଭଳିକି ଭଳି ଖାଦ୍ୟର ପସରା ଅତିଥି ଓ ଦେଖଣାହାରୀଙ୍କ ମନ ମୋହିଥିଲା। ବିଶେଷ କରି ପୋଡ଼ପିଠା, ମାଣ୍ଡିଆ ପ୍ରସ୍ତୁତ ଲଡୁ, କ୍ଷୀରି ଓ କାକରା, ଛେନା ପିଠା, ଅଗସ୍ତି ଫୁଲର ବରା, ପାମ୍ପୁଡି ଚାର୍ଟ ,ଦହିବରା ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଶେଷରେ ବିଚାରକଙ୍କ ମାର୍କ ଅନୁଯାୟୀ ଆଶା ମହିଳା ମଣ୍ଡଳ,ତରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟ ହନୁମାନ ବିଶ୍ୱ ମହିଳା ମଣ୍ଡଳ, ବିନିଦା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କେବଳ ୨ ଗୋଟି ଦଳକୁ ଜିଲ୍ଲା ସ୍ତରକୁ ପୁରସ୍କାର ପାଇଁ ପ୍ରେରଣ କରାଯିବାକୁ ନିୟମ ରହିଥିବାରୁ ବିଜେତାଙ୍କ ନାମ ସୁପାରିଶ ସହ ଅନ୍ୟ ଅଂଶଗ୍ରହଣକାରୀଙ୍କୁ ପ୍ରଶାସନ ତରଫରୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଉତ୍ସାହିତ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନ ବିପିଏମ ସରୋଜ ଏକ୍କା, ବିଏଲସି ପୂର୍ଣ୍ଣଚନ୍ଦ୍ର ବେହେରା, ମିଶନ ଶକ୍ତି ବିପିସି ସରୋଜ ମହାରଣା ଓ ବିପିଏ ପଙ୍କଜିନୀ ସିଂ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories