ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ବାସିନ୍ଦା ତଥା ଜଣାଶୁଣା ଆମ୍ବ ଚାଷୀ ବିଶ୍ଵ ରଞ୍ଜନ ପୃଷ୍ଟିଙ୍କ ବାଡ଼ିରୁ ଆଜି ବ୍ୟବସାୟୀମାନେ ୧୨ କୁଇଣ୍ଟାଲ ଆମ୍ବ ରାୟପୁରରେ ବିକ୍ରି କରିବା ପାଇଁ ନେଇଛନ୍ତି। କେନ୍ଦୁଝର ଜିଲ୍ଲାରେ ଆମ୍ବର ଅଭାବୀ ବିକ୍ରି ଲାଗି ରହିଥିବାରୁ ବାଧ୍ୟ ହୋଇ ଆମ୍ବ ଗୁଡ଼ିକ ଉନ୍ନତ ପ୍ରଜାତି ମଲିଙ୍ଗା ଶ୍ରେଣୀର ହେବା ସତ୍ତ୍ବେ କେଜି ପ୍ରତି ୧୬ ଟଙ୍କା ଦରରେ ବ୍ୟବସାୟୀ ମାନେ ନେଇଯାଇଛନ୍ତି। ବ୍ୟବସାୟୀମାନେ ନିଜେ ଲୋକ ଲଗାଇ ଗଛରୁ ଆମ୍ବ ତୋଳିବା ପରେ ଏହାକୁ ମାଲିକଙ୍କ ଉପସ୍ଥିତିରେ ଓଜନ କରି ଏହାକୁ ରାୟପୁର ନେଇଥିବା ସୂଚନା ମିଳିଛି। ରାୟପୁରରେ ଚଢ଼ା ଦରରେ ଆମ୍ବ ବିକ୍ରି ହେଉଥଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଆମ୍ବ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ମାନେ ବାଧ୍ୟ ହୋଇ ଶସ୍ତାରେ ବେପାରୀ ମାନଙ୍କୁ ଆମ୍ବ ବିକ୍ରି କରୁଥିବା ଦେଖାଯାଇଛି।
Popular Categories



