www.samajalive.in
Sunday, December 14, 2025
26.1 C
Bhubaneswar

ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ପଶି ଡ୍ରୋନ ସାହାଯ୍ୟରେ ବିମାନ ଘାଟିକୁ ଟାର୍ଗେଟ କରି ଆକ୍ରମଣ କରିବା ୟୁକ୍ରେନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଆକ୍ରମଣରେ ୟୁକ୍ରେନ ରୁଷର ୪୧ଟି ଯୁଦ୍ଧ ବିମାନ ନଷ୍ଟ କରିଦେଇଥିବା ଘୋଷଣା କରି ଖୁସି ହୋଇଥିଲା। ହେଲେ ଏହା ପରଠାରୁ ରୁଷ ୟୁକ୍ରେନ ଉପ​ରେ ଯେଉଁଭଳି ଆକ୍ରମଣ ଜାରି ରଖିଛି ତାହା ଆଗରୁ କେବେ ଦେଖିବାକୁ ମିଳୁ ନ ଥିଲା। ଗତ ରବିବାର ରାତିରେ ୟୁକ୍ରେନ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ରୁଷ। ଏଥିରେ ୟୁକ୍ରେନର ଅନେକ ସହର ଧ୍ବସ୍ତବିଧ୍ବସ୍ତ ହୋଇଛି।

ରବିବାର ରାତିରେ ରୁଷ ପକ୍ଷରୁ ୪୭୯ ଡ୍ରୋନ ଏବଂ ୨୦ କ୍ଷେପଣାସ୍ତ୍ର ଦ୍ଵାରା ୟୁକ୍ରେନ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ବିଗତ ୩ ବର୍ଷର ଯୁଦ୍ଧ ସମୟ ମଧ୍ୟରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣରେ ୟୁକ୍ରେନର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ତେବେ ୟୁକ୍ରେନ ସେନା ୨୭୭ ଡ୍ରୋନ ଏବଂ ୧୯ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିବା ଦାବି କରିଛି। ତେବେ ଏହି ଦାବିର ସତ୍ୟତା ଜଣାପଡ଼ିନାହିଁ। ମୃତାହତ ସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories