www.samajalive.in
Saturday, December 13, 2025
26.1 C
Bhubaneswar

ପଛଘୁଞ୍ଚା ଦେଲେ ଏଲନ ମସ୍କ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ଏକ ନମ୍ବର ଧନୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଦୁଇ ଜଣଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଥିବା ସମୟରେ ଏଲନ ମସ୍କ ଏଥିରେ ପଛଘୁଞ୍ଚା ଦେଇଛନ୍ତି। ମସ୍କ ଏପଷ୍ଟିନ ଫାଇଲ୍ସ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଯେଉଁ ପୋଷ୍ଟ କରିଥିଲେ ତାହାକୁ କାଟି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ଉଦ୍ଦେଶ୍ୟରେ ମସ୍କ ଏପରି କରିଥିବା ଆଲୋଚନା ହେଉଛି।

ଦୁଇ ଦିନ ତଳେ ମସ୍କ ଏକ ପୋଷ୍ଟ କରି ଏକ ବଡ଼ ବୋମା ପକାଇବାକୁ ଯାଉଛନ୍ତି ବୋଲି କହିଥିଲେ। ପରେ ଏପଷ୍ଟିନ ଫାଇଲ୍ସରେ ଟ୍ରମ୍ପଙ୍କ ନାମ ଥିବା ନେଇ ସେ ପ୍ରକାଶ କରିଥିଲେ। ଏହି କାରଣରୁ ଏପଷ୍ଟିନ ଫାଇଲ୍ସକୁ ସାର୍ବଜନିନ କରାଯାଉ ନାହିଁ ବୋଲି ମସ୍କ କହିଥିଲେ। ପରବର୍ତ୍ତୀ ସମୟରେ ଏଲନ ମସ୍କଙ୍କ ପାଇଁ ହ୍ବାଇଟହାଉସ ବନ୍ଦ କରାଯାଇଥିବା ନେଇ କୁହାଯାଇଥିଲା।

- Advertisement -

ମସ୍କ ନିଜ ପୋଷ୍ଟରେ ଟ୍ରମ୍ପଙ୍କୁ ଟାର୍ଗେଟ କରିବା ପରେ ଆମେରିକାର ‘ଡିଓଜିଇ’ ଗଠନ ପଛର ମୁଖ୍ୟ ନାୟକ ଜେମ୍ସ ଫିଶବ୍ୟାକ୍‌ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ବର୍ତ୍ତମାନ ମସ୍କ ସେସବୁ ଟ୍ବିଟ୍ ବା ପୋଷ୍ଟ ଡିଲିଟ କରିଦେବା ପରେ ଫିଶବ୍ୟାକ୍‌ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ତେବେ ମସ୍କ ଟ୍ରମ୍ପ ଏବଂ ତାଙ୍କ ପୂରା ପରିବାରକୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଫିଶବ୍ୟାକ୍ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories