www.samajalive.in
Friday, December 12, 2025
17.1 C
Bhubaneswar

ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ ଓରଫ ସୁଧାକର ଏବଂ ମଇଲାରପୁ ଆଦେଲୁ ଓରଫ ଭାସ୍କର। ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁଧାକର ନାମରେ ୪୦ ଲକ୍ଷର ପୁରସ୍କାର ରହିଥିବାବେଳେ ଭାସ୍କର ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪, ୫ ଓ ୬ ତାରିଖ ୩ ଦିନ ଧରି ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟ ସମୟରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୨ ମାଓବାଦୀଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ୫ଜଣଙ୍କର ପରିଚୟ ଜଣାପଡ଼ିନାହିଁ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ନାମକ ମାଓବାଦୀ ସଂଗଠନ ପାଇଁ କାମ କରୁଥିବା ଜଣାପଡ଼ିଛି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories