www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ନିଘୋଡ ନିଦରେ ଶୋଇଥିଲେ, ପାଖକୁ ଆସିଲା ସିଂହୀ, ଆଉ ତା’ପରେ..

ନୂଆଦିଲ୍ଲୀ : ହିଂସ୍ରଜୀବଜନ୍ତୁ ଅନେକ ସମୟରେ ଜନବସତି ଅଞ୍ଚଳରେ ପ୍ରବେଶ କରିବା ସହ ସର୍ବ ସାଧାରଣଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି । କେତେକ ସମୟରେ ବାଘ,ସିଂହ,ଭାଲୁ ଆକ୍ରମଣରେ ନିରୀହ ଜୀବନ ମଧ୍ୟ ଚାଲିଯାଏ । ସୋସିଆଲ ମିଡିଆରେ ହିଂସ୍ରଜନ୍ତୁଙ୍କ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସିଂହୀର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବେ । ସାମ୍ନାରେ ସିଂହକୁ ଦେଖି ଭୟଭୀତ ହେବା ସାଧାରଣ କଥା । ରାତିରେ ବିଭିନ୍ନ ସ୍ଥାନରେ କିଛି ଲୋକେ ରାସ୍ତାକଡରେ ଥିବା ଦୋକାନ ନିକଟରେ ଶୋଇଥିବା ଦେଖିଥିବେ । ତେବେ ଚିନ୍ତା କରନ୍ତୁ, ନିଛାଟିଆ ରାତିରେ ଶୁନ୍‌ଶାନ୍‌ ରାସ୍ତାରେ ଜଣେ ଅଶ୍ଚିନ୍ତା ନିଦରେ ଶୋଇଥିବେ । ସେହି ସମୟରେ ଆପଣଙ୍କ ନିକଟକୁ ଏକ ସିଂହୀ ହଠାତ୍‌ ଆସିବ । ତେବେ ଅବସ୍ଥା କ’ଣ ହେବ । ଭାଇରାଲ୍‌ ହେଉଥିବା ଏଭଳି ଏକ ଭିଡିଓ ଲୋକଙ୍କ ହୋସ୍‌ ଉଡାଇ ଦେଇଛି ।

- Advertisement -

ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି । ଭିଡିଓରେ ଦେଖିପାରିବେ, ଫୁଟପାତ୍‌ରେ ଜଣେ ବ୍ୟକ୍ତି ଚାଦର ପକାଇ ଶୋଇଛନ୍ତି । ହଠାତ୍‌ ସେହି ଗଳି ରାସ୍ତାରେ ଏକ ସିଂହୀ ଅତିକ୍ରମ କରୁଛି । ମାତ୍ର ସିଂହୀ ପୁଣି ଥରେ ସେହି ବ୍ୟକ୍ତିଙ୍କ ପାଖକୁ ଫେରି ଆସି ଶୁଙ୍ଘିବାକୁ ଲାଗୁଛି । ବ୍ୟକ୍ତି ଜଣକ ନିଘୋଡ ନିଦରେ ଶୋଇବା ସହ ସେ ଆଦୌ ଏହି ଘଟଣା ବିଷୟରେ କିଛି ଜାଣି ପାରୁ ନଥିବା ଦେଖାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଜୁନ୍‌ ୧୫କୁ ଅପେକ୍ଷା ; ୧୨ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ,ଗୁରୁ,ବୁଧ : ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ମିଳିବ ଏସବୁ..

ଖୁସି ଖବର; କମିଲା ସୁନା, ୩ ହଜାର ଟଙ୍କା କମିଲା ଦାମ୍‌!

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories