ଧାମରା: ଧାମରା ସବୁଜ ବାହିନୀକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଜୁନ ୫ ତାରିଖ ଦିନ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ପକ୍ଷରୁ ଭୂବନେଶ୍ୱର ସ୍ଥିତ କୃକ୍ଷି ଶିକ୍ଷା ସଦନ(ଓୟୁଏଟି) ପରିସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନୀତ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ମୁଖ୍ୟ ଶାସନ ଶଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ଶଚିବ ସତ୍ୟବ୍ରତ ସାହୁ ଏବଂ ବହୁ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ଜଙ୍ଗଲ ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକୃତି ବନ୍ଧୁ ଏବଂ ପ୍ରକୃତିମିତ୍ର ପାଇଥିବା ସଙ୍ଗଠନ ବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସରକାର ଆଗାମୀ ଦିନରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ସହ ବ୍ୟାପକ ବୃକ୍ଷ ରୋପଣ ଦିଗରେ ଏମାନେ ଯତପରୋନାସ୍ତି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଥିଲେ। ପରେ ଧାମରା ସବୁଜ ବାହିନୀର ସଭାପତି ପ୍ରକୃତି ବନ୍ଧୁ ଶରତ କୁମାର ଦଳେଇଙ୍କୁ ମାନପତ୍ର ଦେବା ସହ ନଗଦ ୨୦ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ।



