www.samajalive.in
Sunday, December 14, 2025
26.1 C
Bhubaneswar

ମାମୁଁ ଘରକୁ ଆସିଥିବା ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକା ଅନ୍ତର୍ଗତ ମାର୍କଣ୍ଡି ଗାଁରେ ଲଜ୍ଜାଜନକ ଘଟଣା ଘଟିଛି। ଦୁଇ ନାବାଳିକା ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ ଗାଁରେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୁଲିସ ତପ୍ତରତା ଦେଖାଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଗାଁରେ ଘଟଣାକୁ ରଫାଦଫା କରିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।

ଗଞ୍ଜାମ ଥାନା ଅନ୍ତଳର ଜଣେ ୧୪ ବର୍ଷିଆ ନାବାଳିକା ଓ ମାର୍କଣ୍ଡି ନିକଟବର୍ତ୍ତୀ ଅଞ୍ଚଳର ଜଣେ ୧୧ ବର୍ଷିଆ ନାବାଳିକା ମାର୍କଣ୍ଡି ଗାଁରେ ନିଜ ମାମୁଁ ଘରକୁ ପରିବାର ସହ ଆସିଥିଲେ। ଗତ ୩ ତାରିଖ ଦିନ ଗାଁର ଜଣେ ଯୁବକ ଦୁଇ ନାବାଳିକାକୁ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନରେ ଅନ୍ୟ ୩ ଜଣଙ୍କ ସହ ରାତିସାରା ଦୁଷ୍କର୍ମ କରିଥିଲେ। ଘଟଣା ନେଇ କହାକୁ ଜଣାଇଲେ ପରିଣାମ ଭୟାବହ ହେବ ବୋଲି ଭୟଭୀତ କରିଥିଲେ। ଘଟଣା ନେଇ ଉଭୟ ନାବାଳିକା ପରିବାର ବର୍ଗଙ୍କୁ ଜଣାଇଥିଲେ। ଦୁଷ୍କର୍ମ କରିଥିବା ଯୁବକଙ୍କ ପରିବାର ନିକଟରେ ଖବର ପହଞ୍ଚିବା ପରେ ଗାଁର କିଛି ଲୋକ ଏହାକୁ ରଫାଦଫା କରିବା ସହ ଏପରି ଘଟଣା ସାଧାରଣ ହୋଇଥିବା କହି ଏଡାଇ ଦେଇଥିଲେ। କିନ୍ତୁ ନାବାଳିକାଙ୍କ ଦେହ ଖରାପ ହେବାରୁ ପରିବାର ପକ୍ଷରୁ ମେଡିକାଲ ଚିକିତ୍ସା ନିମନ୍ତେ ନେଇଥିଲେ। ଡାକ୍ତର ଚିକିତ୍ସା ସମୟରେ ଦୁଷ୍କର୍ମ ହୋଇଥିବା ଜାଣି ପୁଲିସକୁ ଅବଗତ କରାଇବାକୁ କହିଥିଲେ। ପରେ ପରିବାର ପକ୍ଷରୁ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

- Advertisement -

ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଶୁକ୍ରବାର ଉଭୟ ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି। ଅନ୍ୟ ପଟେ ଆଜି ସନ୍ଧ୍ୟାରେ‌ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ ଘଟଣାସ୍ଥଳ ସହ ଥାନାକୁ ଯାଇ ତଦନ୍ତ କରୁଥିବା ଜଣାପଡ଼ିଛି। ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇବା ସହ ନାବାଳିକାଙ୍କୁ ମଧ୍ୟ ମଦ୍ୟପାନ କରାଇଥିବା ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories