www.samajalive.in
Saturday, December 6, 2025
23.1 C
Bhubaneswar

ରାମ ଦରବାର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ: ସାମ୍ନାକୁ ଆସିଲା ମନଲୋଭା ଫଟୋ

ଅଯୋଧ୍ୟା: ରାମନଗରୀରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି।

ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଭବ୍ୟ ସମାରୋହରେ କରାଯାଇଛି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ପରିସରରେ ରାଜା ରାମ ଏବଂ ପ୍ରାଚୀରରେ ବିରାଜିତ ଅନ୍ୟାନ୍ୟ ଦେବାଦେବୀମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ସଂଯୋଗବଶତଃ, ଆଜି ମୁଖ୍ୟମନ୍ତ୍ରୀଙ୍କ ୫୩ତମ ଜନ୍ମଦିନ ଏବଂ ଏହି ଅବସରରେ ସେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲେ।

- Advertisement -

ଜୁନ୍ ୩ରୁ ଜୁନ୍ ୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ଦରବାର ସମେତ ଅନେକ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ବିରାଟ ଆୟୋଜନ କରାଯାଉଛି। ଆଜି ଶେଷ ଦିନ। ଦେବାଦେବୀମାନଙ୍କ ଆଠଟି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜୁନ୍ ୫ ତାରିଖରେ ଗଙ୍ଗା ଦଶହରାରେ ଶେଷ ହେଉଛି।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories