www.samajalive.in
Friday, December 5, 2025
26.1 C
Bhubaneswar

ବିମାନ ଯାତ୍ରା ଖର୍ଚ୍ଚ ୪୦ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଟିକସ ବୃଦ୍ଧି ସତ୍ତ୍ବେ ଦଶନ୍ଧି ପୂର୍ବ ତୁଳନାରେ ପ୍ରକୃତ ବିମାନ ଭଡ଼ା ୪୦ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ମହାନିର୍ଦେଶକ ୱିଲି ୱାଲ୍ସ ସୋମବାର କହିଛନ୍ତି ଯେ ବିମାନ ଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ୫ବିଲିୟନ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଚାହିଦା ଅନୁଯାୟୀ ବିମାନ ଉତ୍ପାଦନ ହେଉ ନ ଥିବାରୁ ଚିନ୍ତା ବଢ଼ିଛି। ଏଥିସହ ୬ ବର୍ଷ ମଧ୍ୟରେ ହୋଇଥିବା ଦୁର୍ଘଟଣା ତଦନ୍ତର ଅଧାରୁ କମ୍ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶିତ ହୋଇଛି। ଦୁର୍ଘଟଣା ରିପୋର୍ଟକୁ ଉପେକ୍ଷା କରିବା ଅର୍ଥ ସୁରକ୍ଷା ସହ ସାଲିସ କରିବା। ଗତ ବର୍ଷ ସାତଟି ମାରାତ୍ମକ ଦୁର୍ଘଟଣା ଘଟି ୨୪୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଗତ ୧୨ ମାସରେ ବିବାଦୀୟ ଅଞ୍ଚଳରେ ଦୁଇଟି ବେସାମରିକ ବିମାନକୁ ଖସାଯାଇଥିଲା। ଏଥିସହ ଅନେକ ବେସାମରିକ ବିମାନବନ୍ଦରରେ ସାମରିକ ଅଭିଯାନରେ ବୋମା ମାଡ଼ କରାଯାଇଥିଲା।

୪୨ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେଉଥିବା ଆଇଏଟିଏର ବାର୍ଷିକ ବୈଠକରେ ଯୋଗଦେଇ ୱାଲ୍ସ କହିଛନ୍ତି ଯେ ଯୋଗାଣ ଶୃଙ୍ଖଳ ସମସ୍ୟା ଫଳରେ ବିମାନସେବା ଶିଳ୍ପ ଅଭିବୃଦ୍ଧି ହାର ହ୍ରାସ ହୋଇଛି। ବିଶ୍ୱସ୍ତରୀୟ ୩୫୦ ରୁ ଅଧିକ ଏୟାରଲାଇନ୍ସ ସଦସ୍ୟ ଥିବା ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ସୋମବାର ଆକଳନ କରିଛି ଯେ ବିମାନ କମ୍ପାନୀଗୁଡ଼ିକ ୯୭୯ ବିଲିୟନ ଡଲାର ରାଜସ୍ୱ ଉପରେ ୩୬ ବିଲିୟ ଡଲାର ଲାଭ ଆୟ କରିବେ। ଏହି ବର୍ଷ ୩.୭% ନେଟ୍‌ ଲାଭ କିମ୍ବା ପ୍ରତି ଯାତ୍ରୀଙ୍କ ପିଛା ୭.୨୦ ଡଲାର ନେଟ୍‌ ଲାଭ ହେବ ବୋଲି ଆଶା କରାଯାଉଛି। ବର୍ଦ୍ଧିତ ମୂଲ୍ୟ ଏବଂ ଟିକସ ଆହ୍ବାନ ସତ୍ତ୍ୱେ ବିମାନ ଯାତ୍ରାର ପ୍ରକୃତ ମୂଲ୍ୟ ଏକ ଦଶନ୍ଧି ପୂର୍ବ ତୁଳନାରେ ୪୦ ପ୍ରତିଶତ ହ୍ରାସ ହୋଇଛି ବୋଲି ୱାଲ୍ସ କହିଛନ୍ତି। ଭାରତ ବିଶ୍ୱର ସବୁଠାରୁ ଦ୍ରୁତତମ ବର୍ଦ୍ଧିତ ବେସାମରିକ ବିମାନ ଚଳାଚଳ ବଜାର ମଧ୍ୟରୁ ଗୋଟିଏ ଏବଂ ବିମାନ ଯାତାୟାତ ଚାହିଦା ବୃଦ୍ଧି ପାଉଛି। ସେ ବିମାନ ଶିଳ୍ପକୁ ପ୍ରଭାବିତ କରୁଥିବା ଯୋଗାଣ ଶୃଙ୍ଖଳ ସମସ୍ୟା ବିଷୟରେ ଉଲ୍ଲେଖ କରି ଆଇଏଟିଏ ଡିଜି କହିଛନ୍ତି ଯେ ଉତ୍ପାଦନ କ୍ଷେତ୍ର ଦ୍ରୁତ ହ୍ରାସ ପାଉଛି। ବିଶ୍ବ ସ୍ତରରେ ବରାଦ ଦିଆଯାଇଥିବା ବିମାନ ମଧ୍ୟରୁ ୧୭,୦୦୦ ବିମାନ ହସ୍ତାନ୍ତର କରାଯାଇପାରି ନାହିଁ। ବିମାନ ବରାଦ ଦେବା ଓ ପାଇବା ମଧ୍ୟରେ ୧୪ ବର୍ଷର ଅନ୍ତର ରହୁଛି। ୨୦୨୫ ପାଇଁ ନିର୍ଦ୍ଧାରିତ ଡେଲିଭରି ସଂଖ୍ୟା ଏକ ବର୍ଷ ପୂର୍ବେ ପ୍ରତିଶ୍ରୁତି ଦିଆଯାଇଥିବା ସଂଖ୍ୟା ଅପେକ୍ଷା ୨୬ ପ୍ରତିଶତ କମ ବୋଲି ୱିଲ୍ସ କହିଛନ୍ତି। ବିଶ୍ବରେ ୧୦ ବର୍ଷ ପୁରୁଣା ପ୍ରାୟ ୧,୧୦୦ ବିମାନ ଉଡ଼ାଣ କରିବାକୁ ଅକ୍ଷମ। ଏହା ମୋଟ ଉଡ଼ାଣ କରୁଥିବା ବିମାନର ୩.୮ ପ୍ରତିଶତ। କରୋନା ମହାମାରୀ ସମୟରେ ମଧ୍ୟ ଉଡ଼ାଣ କରୁ ନ ଥିବା ବିମାନ ସଂଖ୍ୟା ମାତ୍ର ୧.୩ ପ୍ରତିଶତ ଥିଲା। ଏହାସହ ବାର୍ଷିକ ବିମାନ ପରିବର୍ତ୍ତନ ହାର ସାଧାରଣତଃ ୫-୬% ଥିବାବେଳେ ବର୍ତ୍ତମାନ ତାହା ମାତ୍ର ୩% ରହିଛି। ଏହା ରାଜସ୍ୱକୁ ପ୍ରଭାବିତ କରେ, କାରଣ ଚାହିଦା ପୂରଣ ହେଉ ନାହିଁ ଏବଂ ରକ୍ଷଣାବେକ୍ଷଣ ଏବଂ ଲିଜ୍ ଖର୍ଚ୍ଚ ବୃଦ୍ଧି ହେଉଛି। ଏହି ଅବ୍ୟବସ୍ଥାକୁ ସମାଧାନ କରିବା ପାଇଁ ଦଶନ୍ଧି ଶେଷ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ବିମାନ ନିର୍ମାତା ଆକଳନ କରିଛନ୍ତି। ଏହା କେବେବି ଗ୍ରହଣୀୟ ନୁହେଁ ବୋଲି ୱାଲ୍ସ କହିଛନ୍ତି। ସୁରକ୍ଷା ବିଷୟରେ ଉଲ୍ଲେଖ କରି ୱାଲ୍ସ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ହୋଇଥିବା ଦୁର୍ଘଟଣା ତଦନ୍ତର ଅଧାରୁ କମ୍ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶିତ ହୋଇଛି। ଦୁର୍ଘଟଣା ରିପୋର୍ଟକୁ ଉପେକ୍ଷା କରିବା ଅର୍ଥ ସୁରକ୍ଷା ସହ ସାଲିସ କରିବା। ଗତ ବର୍ଷ ୪୦.୬ ନିୟୁତ ବିମାନ ମଧ୍ୟରୁ ସାତଟି ବଡ଼ ଦୁର୍ଘଟଣା ଘଟିଥିଲା ଏବଂ ୪.୮ ବିଲିୟନ ଯାତ୍ରୀଙ୍କ ମଧ୍ୟରୁ ୨୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୧୨ ମାସରେ ବିବାଦୀୟ ଅଞ୍ଚଳରେ ଦୁଇଟି ବେସାମରିକ ବିମାନକୁ ଖସାଯାଇଥିଲା। ଏଥିସହ ଅନେକ ବେସାମରିକ ବିମାନବନ୍ଦରରେ ସାମରିକ ଅଭିଯାନରେ ବୋମା ମାଡ଼ କରାଯାଇଥିଲା। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories