www.samajalive.in
Sunday, December 14, 2025
14.1 C
Bhubaneswar

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ, ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ପରେ ନଗର ପରିକ୍ରମା

ସମ୍ବଲପୁର: ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ । ରବିବାର ରାତିରେ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଥିଲା ଏହାପରେ ଦମ୍ପତିଙ୍କୁ ଯୁଗଳ ବେଶରେ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ସଂସ୍କୃତିର ସହର ସମ୍ବଲପୁର, ଏହି ଲୌକିକ ବିବାହ ପାଇଁ ଏବେ ଉତ୍ସବମୂଖର ହୋଇ ଉଠିଛି । ଏହି ଦିବ୍ୟ ବିବାହ କୁ ସ୍ୱଚକ୍ଷୁରେ ଦେଖି ନିଜର ଜୀବନକୁ ଧନ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସହରକୁ ସୁଅ ଛୁଟିଛି ।
ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱରଙ୍କର ଜଗତଜନନୀ ମାତା ପାର୍ବତୀଙ୍କର ସହିତ ବିବାହ ରବିବାର ବ୍ରହ୍ମମୁହୁର୍ତ୍ତରେ ସମ୍ପନ୍ନ ହୋଇଯାଇଛି । ଏହି ଲୌକିକ ବିବାହରେ ୩୩ କୋଟୀ ଦେବାଦେବୀ, ଅଗଣିତ ମନୁଷ୍ୟ, ଗ୍ରହ, ନକ୍ଷତ୍ର, ଯକ୍ଷ ଙ୍କ ଉପସ୍ଥିତିରେ ଶ୍ରୀ ସାକ୍ଷୀଗୋପୀନାଥଙ୍କୁ ସାକ୍ଷୀ ରଖି ଧରାପୃଷ୍ଟରେ ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ବୈଦିକ ରିତିରେ ସମ୍ପନ୍ନ ହୋଇଛି । ବିବାହ ସମ୍ପନ୍ନ ପରେ ସକାଳ ସମୟରେ ପାର୍ବତୀଙ୍କର ପିତ୍ରାଳୟ ମ୍ୟୁନିସିପାଲିଟି ଛକ ସ୍ଥିତ ନାରୀ ସେବା ସଦନ ଠାରେ ବିବାହ ଉପଲକ୍ଷେ ଆୟୋଜିତ ପ୍ରସାଦ ସେବନ କାର‌୍ୟ୍ୟକ୍ରମରେ ୨ ହଜାରରୁ ଉର୍ଦ୍ଧ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ । ପାଣିଗ୍ରହଣ ପରେ ବାବା ବାଲୁଙ୍କେଶ୍ୱର ପାର୍ବତୀଙ୍କୁ ସାଥୀରେ ନେଇ ଏକ ବିରାଟ ପଟୁଆରରେ ସନ୍ଧ୍ୟା ସମୟରେ ନନ୍ଦପଡାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

କନ୍ୟା ପକ୍ଷରୁ ଝିଅ ଓ ଜ୍ୱାଇଁଙ୍କୁ ନିଜର ସାମର୍ଥ୍ୟ ଅନୁଯାୟୀ ସୁନା, ରୁପା ଆଭୁଷଣ, ଘର କରଣା ସାମଗ୍ରୀ, ଖଜା, ଲଡୁ ଆଦି ଉପହାର ଦେଇ କନ୍ୟା ମାତା ପାର୍ବତୀଙ୍କୁ ଭାବପୁର୍ଣ୍ଣ ବିଦାୟ ଦିଆଯାଇଛି । ବିବାହ ହୋଇ ବାବା ଚନ୍ଦ୍ରଶେଖର (ବାବା ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା) ଓ ମାତା ପାର୍ବତୀ ସନ୍ଧ୍ୟାରେ ନନ୍ଦପଡା ଫେରିବା ସମୟରେପଡାର ମହିଳା ମାନେ ଶଙ୍ଖ ଓ ହୁଳହୁଳି ଦେଇ ନବ ବରବଧୂ ଙ୍କୁ ସ୍ୱାଗତ କରିଥିଲେ । ନବବିବାହିତ ଯୋଡି ସାରା ବିଶ୍ୱକୁ ଯୁଗଳ ରୂପି ଦର୍ଶନ ଦେବା ପାଇଁ ରୂପା ମେଢ଼ରେ ସୁସଜ୍ଜିତ ଏକ ରଥରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହିତ ବାହାରିଥିଲେ ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories