www.samajalive.in
Wednesday, December 10, 2025
14.1 C
Bhubaneswar

ରାଣୀତାଲରେ ରାଜନାଥ: କହିଲେ ଭାରତ ହେବ ‘ବିଶ୍ଵଗୁରୁ’

ଭଦ୍ରକ: କଂଗ୍ରେସ ଶାସନର ଦୀର୍ଘ ବର୍ଷ ପରେ ବି ଭାରତ ଗରିବର ଦେଶ ବୋଲି ସାରା ବିଶ୍ଵ ଜାଣୁଥିଲା। କିନ୍ତୁ ସମୟ ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଦେଶର ସ୍ଥିତିକୁ ବଦଳାଇ ପାରିଛନ୍ତି। ଏବେ ବିଶ୍ଵର ୧୦ ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ ଗଣାଯାଉଛି। ୨୦୩୦ ସୁଦ୍ଧା ଭାରତ ବିଶ୍ଵର ଶ୍ରେଷ୍ଠ ଦେଶଗୁଡ଼ିକ ମଧ୍ୟରେ ୩ୟ ସ୍ଥାନରେ ରହିବ। ଦିନେ ନା ଦିନେ ଭାରତ ସାରା ବିଶ୍ଵର ‘ଗୁରୁ’ ହେବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ଓଡ଼ିଶା ଗସ୍ତରେ ଆସିଥିବା ସିଂହ ଭଦ୍ରକର ରାଣୀତାଲଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।

ସଭା ଆରମ୍ଭରୁ ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଯବାନମାନଙ୍କ ବଳିଦାନ କଦାପି ବ୍ୟର୍ଥ ଯିବନି ବୋଲି ରାଜନାଥ କହିଥିଲେ। ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସ୍ମରଣ କରି ସେ କହିଲେ, ପାଇକ ବିଦ୍ରୋହ ସମଗ୍ର ଦେଶ ପାଇଁ ଗୌରବର ବିଷୟ। ମନୋଜ ବେହେରା, ଓ ପ୍ରସନ୍ନ ସାହୁଙ୍କ ବଳିଦାନ ଦେଶ ମନେରଖିବ। ଶହୀଦ ଯବାନମାନଙ୍କ ପରିବାର ସହ ଦେଶ ଛିଡ଼ା ହୋଇଛି। ଏପରି ଏକ ସମୟରେ ଦେଶବାସୀ ଏକଜୁଟ ଅଛନ୍ତି। ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା। ଏହି ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରବର୍ତ୍ତନ ହୋଇଥିଲା। ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଓଡ଼ିଶାର ଇତିହାସ ଗୌରବମୟ ବୋଲି ସେ କହିଥିଲେ।

- Advertisement -

ଏହି ଅବରସରେ ସେ କଂଗ୍ରେସକୁ କଟାକ୍ଷ କରି କହିଲେ, ସମୟ ଥିଲା କଂଗ୍ରେସ ଆଖପାଖରେ କ୍ଷମତା କେନ୍ଦ୍ରୀଭୂତ ଥିଲା। କିନ୍ତୁ ସମୟ ବଦଳିବା ସହ ବିଜେପି ନିଜର ପରାକାଷ୍ଠା ଦେଖାଇଛି। ଲୋକଙ୍କ ସହ ବିଜେପି ଜଡ଼ିତ ହେବା ସହ ବଡ଼ ଦଳ ଭାବେ ପରିଣତ ହୋଇଛି। ବିଜେପି କର୍ମୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆମେ ଲୋକ ସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛୁ। ଚୌକିଦାର ଚୋର ନୁହେଁ, ସେ ଜିତିବା ସିୟୋର ବୋଲି ରାଜନାଥ କହିଥିଲେ।

କର୍ମୀମାନଙ୍କୁ ଉଦବୋଧନ ଦେବା ସମୟରେ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବା ସହ ଓଡ଼ିଶାର ବିକାଶ ଉପରେ ପ୍ରଶ୍ନ ଉଠାଇଥିଲେ। ସବୁ ଥାଇ ଓଡ଼ିଶାର କାହିଁ ଉନ୍ନତି ଘଟୁନି ବୋଲି ପ୍ରଶ୍ନ କରିଥିଲେ। କେଉଁଠି ନାଁ କେଉଁଠି ଅସୁବିଧା ଯୋଗୁ ଓଡ଼ିଶା ପଛୁଆ ରହିଛି। ମୋଦି ସରକାର ଲୋକଙ୍କ ପାଇଁ ଆକାଉଣ୍ଟ ଖୋଲିଛନ୍ତି। କିଛି ଲୋକ ଆକାଉଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ। କିନ୍ତୁ ଏହି ଆକାଉଣ୍ଟରେ ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ଯିବ। ପରେ ସେ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ଯୋଜନାରେ ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଚିକିତ୍ସା ଖର୍ଚ୍ଚ ଦିଆଯାଉଛି। କିନ୍ତୁ ଜାଣିଶୁଣି ରାଜ୍ୟ ସରକାର ଓଡ଼ିଶାରେ ଏହାକୁ  ଲାଗୁ କରୁନାହାନ୍ତି ବୋଲି କହିଥିଲେ। ଅନେକ ଗାଁରେ ଆମ ସମୟରେ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଚାଷୀଙ୍କୁ ମଧ୍ୟ କେନ୍ଦ୍ର ସହଯୋଗ କରିବାକୁ ଆଗେଇ ଆସିଛନ୍ତି।

ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର ଜିଲାର ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories