www.samajalive.in
Monday, December 8, 2025
24.1 C
Bhubaneswar

ଦୀର୍ଘଦିନ ପରେ ପୁଣି ଏକାଠି ନଜର ଆସିବେ ଜିତେନ୍ଦ୍ର ଓ ଜୟାପ୍ରଦା

ମୁମ୍ବଇ: ବଲିଉଡ଼ର ବରିଷ୍ଠ କଳାକାର ତଥା ବଡ଼ ପରଦାର ଲୋକପ୍ରିୟ ଯୋଡ଼ି ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ଦୀର୍ଘଦିନ ପରେ ପୁଣିଥରେ ପରଦାରେ ଏକାଠି ଦେଖିବାକୁ ମିଳିବ। କିନ୍ତୁ ଏଥର ଚଳଚ୍ଚିତ୍ରରେ ନୁହେଁ ବରଂ ଏକ ଟିଭି ଶୋ’ରେ ଦୁହେଁ ନଜର ଆସିବେ।

ସୂଚନା ଅନୁସାରେ, ଦୁହିଁଙ୍କୁ ଖୁବଶୀଘ୍ର ‘ସୁପର ଡ୍ୟାନ୍ସର ଚାପ୍ଟର-୩’ର ବିଶେଷ ଅତିଥି ଆସନରେ ଦେଖିବାକୁ ମିଳିବ। ଶୋ’ରେ ଏକ ସ୍ୱତନ୍ତ୍ର ଏପିସୋଡ଼ରେ ୧୯୮୦ ଓ ୧୯୯୦ ଦଶକରେ ଦୁହିଁଙ୍କର ହିଟ୍ ଗୀତରେ ପ୍ରତିଯୋଗୀମାନେ ନୃତ୍ୟ ପରିବେଷଣ କରିବେ। ଶୋ’ରେ ସାମିଲ ହେବା ନେଇ ଜୟା କହିଛନ୍ତି ଯେ, ‘‘ମୁଁ ସୁପର ଡ୍ୟାନ୍ସରର ପ୍ରତିଭାଶାଳୀ ପିଲାମାନଙ୍କୁ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛି। ପିଲାମାନେ ଯେମିତି ନିଜ କଳାକୁ ପ୍ରଦର୍ଶନ କରୁଛନ୍ତି ତାହା ଖୁବ୍ ସୁନ୍ଦର ଓ ଅଦ୍ଭୁତ’’।

- Advertisement -

ଅପରପକ୍ଷରେ ଜିତେନ୍ଦ୍ର ମଧ୍ୟ ଶୋ’ର ଅଂଶ ହେବା ନେଇ ଖୁବ୍ ଖୁସି ଥିବା କହିଛନ୍ତି। ସେ କହିଛନ୍ତି, ‘‘ମୋ ନାତି ଲକ୍ଷ୍ୟ ମଧ୍ୟ ଏହି ସୁପର ଡ୍ୟାନ୍ସର ପ୍ରତିଯୋଗୀଙ୍କ ପରି ତେଜସ୍ବୀ ଓ ଉତ୍ସାହୀ’’।

ଉଲ୍ଲେଖଯୋଗ୍ୟ, ଜୟାପ୍ରଦା ଓ ଜିତେନ୍ଦ୍ର ପ୍ରାୟ ୨୪ଟି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଦୁହିଁଙ୍କ ଯୋଡ଼ି ପରଦାରେ ଖୁବ୍ ଲୋକପ୍ରିୟତା ହାସଲ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories