www.samajalive.in
Saturday, December 13, 2025
21.1 C
Bhubaneswar

ଜଗନ୍ନାଥଙ୍କ ପ୍ରତିମା ପାଇଁ ଦାରୁ ବୃକ୍ଷ ଚୟନ

ଆନନ୍ଦପୁର : ଘସିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତର ପାଟସୁରା ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଶ୍ରୀବିଗ୍ରହ ପାଇଁ ଦାରୁଦେବତାଙ୍କ ପୂଜା ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ସୂଚନା ଅନୁସାରେ ଗଡ଼ବାନ୍ଧଗୋଡା ପଞ୍ଚାୟତର କଇଁସିଆରୀ ଗ୍ରାମରେ ଦାରୁଙ୍କ ସନ୍ଧାନ ମିଳିବାପରେ ପାଟସୁରା ଗ୍ରାମବାସୀମାନେ କଇଁସିଆରୀ ସ୍ଥିତ ସୁଆଁଳ ପୁରାତନ ମଧ୍ୟଇଂରାଜୀ ବିଦ୍ୟାଳୟ ପରିସରରେ ପହଞ୍ଚି ଦାରୁ(ନିମ୍ବଗଛ) କୁ ପୂଜା କାର୍ଯ୍ୟ ଓ ଯଜ୍ଞହୋମ କରାଯାଇ ଦାରୁ ଛେଦନ କରାଯାଇ ମନ୍ଦିରକୁ ଦାରୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜକ କହ୍ନେଇ ମିଶ୍ର ପୁଜା କାର୍ଯ୍ୟ ତୁଲାଇଥିବା ବେଳେ ସୁଆଁଳ ଗ୍ରାମର ଶ୍ରଦ୍ଧାଳୁ ପ୍ରମୋଦ କୁମାର ଦେଓ ଓ ପାଟସୁରା ଗ୍ରାମର ଜଗନ୍ନାଥ ମନ୍ଦିରର ମୁଖ୍ୟ ଉଦୟନାଥ ମହାପାତ୍ର ପୂଜା ସଂକଳ୍ପରେ ବସିଥିଲେ। ଗ୍ରାମର ଗୌରଭକ୍ତଙ୍କ ଦ୍ଵାରା ଭଜନ ସଂକୀର୍ତ୍ତନ କରାଯାଇଥିଲା। ସମସ୍ତ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପାଟସୁରା, ସୁଆଁଳ, ଭାଲୁକା, କଇଁସୀଆରୀ ଗ୍ରାମର ଶହଶହ ଆଧ୍ୟାତ୍ମିକ ଜଗନ୍ନାଥ ପ୍ରେମୀ ଯୋଗଦାନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସୃଷ୍ଟି ହେଲା ଗଭୀର ଅବପାତ, ପ୍ରବଳ ବର୍ଷିବ

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories