www.samajalive.in
Saturday, December 13, 2025
26.1 C
Bhubaneswar

ଟିଭିଏସ୍ ଜୁପିଟର ୧୨୫ର ନୂଆ ଭାରିଆଣ୍ଟ ଲଞ୍ଚ୍, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଟିଭିଏସ ମୋଟର କମ୍ପାନୀ ଭାରତରେ ନୂଆ ଜୁପିଟର ୧୨୫ ଡିଟି ଏସଏକ୍ସସି ଡୁଆଲ ଟୋନ୍ ଭାରିଆଣ୍ଟ ଲଞ୍ଚ୍ କରିଦେଇଛି । ଏହି ଭାରିଆଣ୍ଟ ଏହି ଲୋକପ୍ରିୟ ସ୍କୁଟରରେ ନୂଆ ଷ୍ଟାଇଲିଂ ଓ ଉତ୍ତମ କନେକ୍ଟିଭିଟି ନେଇଆସିଥାଏ । କମ୍ପାନୀ ଏହାକୁ ୮୮,୯୪୨ ଟଙ୍କାର ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି ।

ନୂଆ ସ୍କୁଟରରେ ଥ୍ରୀଡି ଏମ୍ବଲେମ୍, ଡୁଆଲ ଟୋନ୍ ଇନର ପ୍ୟାନେଲ ଓ ବଡି କଲର ରିୟର ଗ୍ରାବ୍ ରେଲ୍ ମଧ୍ୟ ଏହାର ଲୁକକୁ ଉତ୍ତମ କରୁଛି । ଏହା ବ୍ୟତୀତ ଟିଭିଏସ୍ ସ୍ମାର୍ଟକନେକ୍ଟ ବିଶିଷ୍ଟ ଏହି ସ୍କୁଟର କଲ୍, ମେସେଜ୍ ଆଲର୍ଟ, ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ, ଭଏସ୍ କମାଣ୍ଡ ଓ ଭେଇକଲ ଟ୍ରାକିଂ ଭଳି ଅତ୍ୟାଧୁନିକ ଫିଚର୍ ମଧ୍ୟ ଅଫର କରିଥାଏ । ଯଦି ପାଓ୍ବରଟ୍ରେନ୍ କଥା କହିବା ତ ଜୁପିଟର ୧୨୫ରେ କୌଣସି ପରିବର୍ତ୍ତନ କରାଯାଇନି । ଏଥିରେ ୧୨୪.୮ ସିସିର ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି ଯାହା ୮.୭ ବିଏଚପିର ସର୍ବାଧିକ ପାଓ୍ବର ଓ ୧୧.୧ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ସ୍କୁଟରର ଇଞ୍ଜିନକୁ ସିଭିଟି ୟୁନିଟ୍ ସହିତ ଯୋଡାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories