www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଚଳନ୍ତା ବାଇକ୍‌ରେ ସ୍ୱାମୀଙ୍କୁ ଚପଲରେ ପିଟିଲେ ସ୍ତ୍ରୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ହୋସ୍‌ ଉଡାଇ ଦେଇଥାଏ । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଦମ୍ପତିଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

ଭିଡିଓରେ ଦେଖିପାରିବେ, ଜଣେ ମହିଳା ଚଳନ୍ତା ବାଇକ୍‌ରେ ନିଜ ସ୍ୱାମୀଙ୍କୁ ଚପଲରେ ନିର୍ଧୂମ ମାଡ ମାରୁଛନ୍ତି । ଏକ୍ସରେ ଏହି ଭିଡିଓ ଶେୟାର ହୋଇଥିବା ବେଳେ ଏହି ଘଟଣା ଉତ୍ତରପ୍ରଦେଶର ଲଖନଉର ବୋଲି ଜଣାପଡିଛି । ବାଇକ୍‌ରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ନେଇ ରାସ୍ତାରେ ଯାଉଥିବା ଦେଖାଯାଉଛି ।

- Advertisement -


ପଛରେ ବସି ମହିଳା ଜଣକ ହଠାତ୍‌ ନିଜ ଚପଲ କାଢି ତାଙ୍କୁ ମାରିବାକୁ ଆରମ୍ଭ କରୁଛନ୍ତି । ଯୁବକ ଜଣକ କୌଣସି କ୍ରୋଧ ନକରି ଶାନ୍ତ ଭାବରେ ଗାଡି ଚଲାଉଥିବା ଦେଖିପାରିବେ । ମହିଳା ଚପଲରେ ବାରମ୍ବାର ତାଙ୍କୁ ମାଡ ମାରୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସଡକ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । କେଉଁ କାରଣରୁ ମହିଳା ଜଣକ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । ଉଭୟ ହେଲ୍‌ମେଟ୍‌ ମଧ୍ୟ ପିନ୍ଧିନଥିବା ଦେଖାଯାଇଛି । ଭିଡିଓ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଅନେକ ମଜଳିଆ କମେଣ୍ଟ ମଧ୍ୟ ଦେଇ ଲେଖିଛନ୍ତି, ଭାଇ ହେଲମେଟ୍‌ ପିନ୍ଧିଥିଲେ ଭଲ ହୋଇଥାନ୍ତା । କେହି କହିଛନ୍ତି, କ’ଣ ଦେଖିବାକୁ ପଡୁଛି । ଜଣେ ଲେଖିଛନ୍ତି ମୁଁ ୧୯୭୦ରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା।

https://samajalive.in/surya-budha-yuti-zodiac-sign/660686.html

ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌, ପୁଣି ଟପିବ କି ଲକ୍ଷେ ଟଙ୍କା

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories