www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ମଣିପୁର ଅଶାନ୍ତ: ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ

ଇମ୍ଫାଲ: ରାଜଭବନ ଅଭିମୁଖେ ଯିବାବେଳେ ଇମ୍ଫାଲରେ ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଧସ୍ତାଧସ୍ତିରେ ୫ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ବିବୃତିକୁ ନେଇ ତାତିଲେ ମେତେଇ। ଆଲୋଚନା ପାଇଁ ମେତେଇ ଟିିମ ଆଜି ନୂଆଦିଲ୍ଲୀ ଯିବ ଏବଂ ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି।

ରବିବାର ଦିନ ଏକ ସରକାରୀ ବସରୁ ରାଜ୍ୟର ନାମ ହଟାଇବା ବିରୋଧରେ ରାଜଭବନ ଘେରାଓ କରିବାକୁ ଯାଉଥିବା ସମୟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

- Advertisement -

କୋକୋମି ଦ୍ୱାରା ଗଣ ଆନ୍ଦୋଳନ କରିବାକୁ ଡାକରାକୁ ପ୍ରତିକ୍ରିୟା ଦେଇ ପ୍ରଦର୍ଶନକାରୀମାନେ ଖ୍ୱାଇରାମବନ୍ଦରେ ଏକତ୍ରିତ ହୋଇଥିଲେ ଏବଂ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରିଥିଲେ। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଯାଉଥିବାବେଳେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ସେମାନେ ମଣିପୁରର ପରିଚୟ ପ୍ରତି ଅପମାନ ଅଭିଯୋଗ ପାଇଁ ରାଜ୍ୟପାଳ ଅଜୟ କୁମାର ଭଲ୍ଲା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ରାଜଭବନ ଗେଟ୍ ଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା କାଙ୍ଗଲା ଗେଟ୍ ସମ୍ମୁଖରେ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ଅନେକ ରାଉଣ୍ଡ ଲୁହ ବୁହା ଗ୍ୟାସ ପ୍ରଯୋଗ କରିଥିଲା।

ଜଣେ ପ୍ରତିବାଦକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟପାଳ ତାଙ୍କ ନୀରବତା ଦ୍ୱାରା ଲୋକଙ୍କ ଭାବନାକୁ ଅଣଦେଖା କରି ଚାଲିଛନ୍ତି। ସେ ଏବଂ  ରାଜ୍ୟର ଐତିହାସିକ ଏବଂ ସାଂସ୍କୃତିକ ଐତିହ୍ୟକୁ ସମ୍ପୂର୍ଣ୍ଣ ଅପମାନିତ କରିଛନ୍ତି। ଘଟଣାର ତଦନ୍ତ ପାଇଁ ସରକାରଙ୍କ ଦ୍ୱାରା ଗଠିତ ତଦନ୍ତ କମିଶନ ଯଥେଷ୍ଟ ନୁହେଁ। ତେବେ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦେବା ବିଷୟରେ କିଛି ଉଲ୍ଲେଖ ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories