www.samajalive.in
Monday, December 8, 2025
13.1 C
Bhubaneswar

ରୋଗୀଙ୍କ ସାଲାଇନରେ ଫୋଡିଲେ ରକ୍ତ ଲଗା ସିରିଞ୍ଜ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ସାଲାଇନ ଦିଆଯାଇଥିବା ବେଳେ ସାଲାଇନରେ ରକ୍ତ ଲଗା ସିରିଞ୍ଜ ଫୋଡା ଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗରୁ ଜଣାପଡିଛି ଯେ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଗ୍ରାମର ନିରାକାର ବେହେରା(୬୨)ଙ୍କ ରକ୍ତଚାପ କମ ହେବାରୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ ୱାର୍ଡରେ ଭର୍ତ୍ତି କରିଥିଲେ। ଅସୁସ୍ଥ ନିରାକାରଙ୍କୁ ଡାକ୍ତରଖାନା ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଥମେ ଏକ ସାଲାଇନ ଦେଇଥିଲେ। ଏନେଇ ସ୍ୱାସ୍ଥ୍ୟ କର୍ମଚାରୀ ସାଲାଇନର ଉପର ଅଂଶରେ ଏକ ସିରିଞ୍ଜ ଫୋଡିଥିଲେ। କିଛି ସମୟ ପରେ ୱାର୍ଡରେ ଉପସ୍ଥିତ ନିରାକାରଙ୍କ ପୁଅ ରୋହିତ ସାଲାଇନରେ ସିରିଞ୍ଜ  ଫୋଡ଼ା ଯିବା ସ୍ଥାନରେ ରକ୍ତ ଲାଗିଥିବା ଦେଖି ବିସ୍ମିତ ହୋଇଥିଲେ । ରୋହିତ ଏନେଇ ଉକ୍ତ କର୍ମଚାରୀଙ୍କୁ ପଚାରିବାରୁ ଭୁଲରେ ଏକ ବ୍ୟବହୃତ ରକ୍ତ ଲଗା ସିରିଞ୍ଜ ଫୋଡିଥିବା ସ୍ୱୀକାର ସହ କ୍ଷମା ପ୍ରାର୍ଥନା କରିଥିବା ଜଣାଯାଇଛି।

୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍‌ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା

ଆଶ୍ୱସ୍ତି ; କମିଲା ସୁନା , ୨ ହଜାର କମିଲା ଦାମ୍‌!

- Advertisement -

ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିବା ବେଳେ ଉକ୍ତ କର୍ମଚାରୀ ନିଜ ତ୍ରୁଟି ସ୍ୱୀକାର କରିଛନ୍ତି। କୌଣସି ରୋଗୀଙ୍କ ରକ୍ତ ପରୀକ୍ଷା ହୋଇଥିବା ସିରିଞ୍ଜ ସାଲାଇନରେ ଫୋଡାଯିବା ନେଇ ପରିବାର ଲୋକେ ଭୟଭୀତ ହୋଇଛନ୍ତି । ଏନେଇ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ତଥା ଉପଖଣ୍ଡ ଡାକ୍ତରଖାନା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ ନାୟକ ଫୋନ ଉଠାଉନଥିବା କାରଣରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ନିରାକାରଙ୍କ ପୁଅ ରୋହିତଙ୍କୁ ଛୁଟି ଦିନ ଯୋଗୁଁ କାର୍ଯ୍ୟାଳୟରେ ଅନୁପସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ନିଜ ଘରକୁ ଡାକି ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି ।

ଦେଖନ୍ତୁ ଭିଡିଓ ; ମାତ୍ର କିଛି ସେକେଣ୍ଡରେ ଶିକାରୀ କୁମ୍ଭୀରକୁ କେମିତି ଶିକାର କଲା ସାର୍କ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories