www.samajalive.in
Saturday, December 13, 2025
26.1 C
Bhubaneswar

କଲ୍ୟାଣସିଂହପୁର ସଦରରେ ଗୋଳିଆପାଣି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଗୋଳିଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ କାଳବୈଶାଖୀରେ ଉପର ମୁଣ୍ଡରେ ବର୍ଷା ହେଲେ କଲ୍ୟାଣୀ ନଦୀରେ ଗୋଳିଆ ପାଣି ପ୍ରବାହିତ ହେଉଛି। ଉକ୍ତ ପାଣି ବ୍ୟବହାର କରି କିଛି ଲୋକ ଝାଡା, ବାନ୍ତି, ପେଟ ବ୍ୟଥା, ମ୍ୟାଲେରିଆ ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ନଜରକୁ ଆସିଛି। ଏହାକୁ ନେଇ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କଲେ କେହି ଶୁଣୁନାହାନ୍ତି କି ବ୍ଲକ ପ୍ରଶାସନ ମଧ୍ୟ କର୍ଣ୍ଣପାତ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।
ପୂର୍ବରୁ ବୋରୱେଲ ଖୋଳି ସେଥିରେ ମଟର ଲଗାଇ ଗ୍ରାମକୁ ପାଣି ଯୋଗାଇ ଆସୁଥିଲେ। ପାଣି ସ୍ତର କମି ଯିବାରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ୫୦,୦୦୦ (ପଚାଶ ହଜାର) ଲିଟର କ୍ଷମତା ବିଶିଷ୍ଟ ଜଳ ଭଣ୍ଡାର ନିର୍ମାଣ କରି କଲ୍ୟାଣୀ ନଦୀରୁ ପାଣି ସଂଗ୍ରହ କରି ଜନ ସାଧାରଣଙ୍କୁ ଯୋଗାଇ ଆସୁଛନ୍ତି । ଉକ୍ତ ନଦୀର ପାଣି ଜଳ ଭଣ୍ଡାର ଭର୍ତ୍ତି କରି ସେହି ପାଣିକୁ ହିଁ ଛଡାଯାଉଛି। ଉକ୍ତ ଜଳ ଭଣ୍ଡାରରେ ଫିଲଟର ଲଗା ଯାଇନଥିବାରୁ ଲୋକଙ୍କୁ ଗୋଳିଆ ପାଣି ଯାଉଛି। ଯାହାଫଳରେ ସେମାନେ ଉକ୍ତ ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟ ଦେଇ ଜଳ ଭଣ୍ଡାରରେ ଫିଲଟର ଲଗାଇ ସ୍ୱଚ୍ଛ ଜଳ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ବ୍ଲକ ଓ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅଞ୍ଚଳବାସୀ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ଫିଲଟ ପ୍ରାୟ ୧ ଲକ୍ଷ ଟଙ୍କା ହେବ । ଏ ବିଷୟରେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହୋଇଥିବା କହିଛନ୍ତି।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଜୁନ୍‌ରେ ଗ୍ରହଙ୍କ ବଡ ସଂଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories