www.samajalive.in
Sunday, December 14, 2025
15.1 C
Bhubaneswar

ଭିତ୍ତିପ୍ରସ୍ତର ଫଳକ ଭଙ୍ଗାକୁ ନେଇ ପିପିଲି ରାଜନୀତି ସରଗରମ; ଏନଏସି କାର୍ଯ୍ୟାଳୟ ଘେରିଲା ବିଜେପି

ପିପିଲି: ସହରାଞ୍ଚଳ ବିକାଶ ଯୋଜନାରେ ପିପିଲି ପୌରାଞ୍ଚଳରେ ୫ଶହ କ୍ଷମତା ବିଶିଷ୍ଟ ବହୁମୁଖି ପ୍ରଶସ୍ଥ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଫଳକ ଭଙ୍ଗାଯିବାକୁ ନେଇ ପିପିଲି ରାଜନୀତି ଉଷ୍ମ ହୋଇଛି। ଏହି ଘଟଣାକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଶୁକ୍ରବାର ପିପିଲି ଏନ୍‍ଏସି କାର୍ଯ୍ୟାଳୟକୁ ୨ଘଣ୍ଟା କାଳ ଘେରାଉ କରାଯାଇଛି।

ସୂଚନା ଅନୁଯାୟୀ, ପିପିଲି ବ୍ଲକ ଛକସ୍ଥିତ ପଞ୍ଚାୟତ ଶିଳ୍ପ କେନ୍ଦ୍ର ପରିସରରେ ପ୍ରାୟ ୨କୋଟି ୭୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ୫ ଶହ କ୍ଷମତା ବିଶିଷ୍ଟ ବହୁମୁଖି ପ୍ରଶସ୍ଥ ଗୃହ ନିମନ୍ତେ ବୁଧବାର ପୁରୀ ସାଂସଦ ଡା. ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦିନକ ପରେ ଅର୍ଥାତ ଗୁରୁବାର ଉକ୍ତ ଫଳକକୁ ଭଙ୍ଗାଯାଇଥିବା ଦେଖାଯାଇଥିଲା। ପିପିଲି ଏନ୍‍ଏସି ପୌରାଧ୍ୟକ୍ଷ ସେକ୍‍ ବାବୁଙ୍କ ନେତୃତ୍ୱରେ କେତେକ ବିଜେଡି କାଉନ୍‍ସିଲର ଓ ମହିଳା କାଉନ୍‍ସିଲରଙ୍କ ସ୍ୱାମୀଙ୍କ ସମେତ ବିଜେଡିର କିଛି ତୁଙ୍ଗନେତାମାନେ ଉକ୍ତ ଫଳକକୁ ଭାଙ୍ଗିଥିବା ନେଇ ପିପିଲି ଏନଏସିର ସାଂସଦ ପ୍ରତିନିଧି ସୁକାନ୍ତ ଭଟ୍ଟ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଫଳକ ଭଙ୍ଗାକୁ ରାଜନୈତିକ ବିବାଦ ଆରମ୍ଭ ହୋଇଥିବା ବେଳେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଉଷ୍ମ ପରିସ୍ଥିତି ସୃଷ୍ଟି ହୋଇଛି।

- Advertisement -

ଘଟଣା ପ୍ରତିବାଦରେ ଶୁକ୍ରବାର ବିଜେପି ନେତା ସୁକାନ୍ତ ଭଟ୍ଟଙ୍କ ନେତୃତ୍ୱରେ ଜିଲା ବିଜେପି ସଭାପତି ଦେବେନ୍ଦ୍ରନାଥ ତରାଇ, ସାଧାରଣ ସଂପାଦକ ଉମାକାନ୍ତ ନାୟକ, ଜିଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ, ପିପିଲି ନଗର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଗାୟତ୍ରୀ ଦୀକ୍ଷିତଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଏନ୍‍ଏସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏନ୍‍ଏସିର ବିକାଶ କାର୍ଯ୍ୟକୁ ବିଜେଡି ବିରୋଧ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏନ୍‍ଏସି କାର୍ଯ୍ୟାଳୟ ମଧ୍ୟରେ ପୌରାଧ୍ୟକ୍ଷଙ୍କ ସମେତ ବିଜେଡି କାଉନ୍‍ସିଲର ଓ କର୍ମୀମାନେ ଥିବାବେଳେ କାର୍ଯ୍ୟାଳୟ ବାହାରେ ବିଜେପିର ବିକ୍ଷୋଭ ଚାଲିଥିଲା। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ କିଛି ସମୟ ପାଇଁ ହୋହଲ୍ଲା ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପିପିଲି ଏସ୍‍ଡିପିଓ ଦେବାଶିଷ ମିଶ୍ର, ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ତହସିଲଦାର ହୃଷିକେଶ ତ୍ରିପାଠୀ, ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଫଳକ ଭଙ୍ଗା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ହଟିଥିଲା। ତେବେ ୭୨ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଭଟ୍ଟ ଚେତାବନୀ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories