www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ରାଜପଥ ରାସ୍ତା ଜମି ଅଧିଗ୍ରହଣ ନେଇ ଉତ୍ତେଜନା

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ର ବାଇପାସ ରାସ୍ତା ନିର୍ମାଣ ନେଇ ଗ୍ରାମାଞ୍ଚଳର ଚାଷୀଙ୍କ ଜମି ଅଧିଗ୍ରହଣ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଚାଷୀଙ୍କ ଭାତ ହାଣ୍ଡି ଉର୍ବର ଚାଷ ଜମିକୁ ଶାଗ ମାଛ ଦରରେ ନେଇ ଆମକୁ ସର୍ବହରା କରାଯାଉଛି ବୋଲି ଚାଷୀ ଅଭିଯୋଗ କରି ଆସୁଛନ୍ତି। ପୂର୍ବରୁ ଜମି ଅଧିଗ୍ରହଣ ପାଇଁ ଜାତୀୟ ରାଜପଥ ବିଭାଗ ଉଦ୍ୟମ ଫସର ପାଲଟିଥିଲା, ଆଜି ପୁଣି ୪ ପ୍ଲାଟୁନ ପୁଲିସ ସହ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ତଥା ଜାତୀୟ ବିଭାଗ ଯନ୍ତ୍ରୀ, ଠିକାଦାର ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଚାଷୀ ପରିବାରର ମହିଲା, ଶିଶୁ ରାସ୍ତା ନିର୍ମାଣରେ ନିୟୋଜିତ ଜେସିବି ମେସିନ ସମ୍ମୁଖରେ ଶୋଇ ପଡ଼ିଥିଲେ। ଏନେଇ କାମ ବନ୍ଦ ହୋଇ ଯାଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

୫୦ ବର୍ଷ ପରେ ଶକ୍ତିଶାଳୀ ଯୋଗ ; ଏକାଠି ହେବେ ଗୁରୁ-ବୁଧ, ଏହି ରାଶି ହେବେ ଭାଗ୍ୟବାନ୍‌, କିଣିବେ ଘର, ଗାଡି, ହଠାତ୍‌ ହେବେ ଧନୀ, ଦରମା ବି ବଢିବ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories