www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଲା ପାକିସ୍ତାନ, ଭାରତୀୟ ଦୂତାବାସ ଅଧିକାରୀଙ୍କୁ କଲା ବହିଷ୍କାର

ଇସଲାମାବାଦ: ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍‌ ସରକାର। ଭାରତର କାର୍ଯ୍ୟାନୁଷ୍ଠାନର ବିରୋଧରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କୁ ଅନୁପଯୁକ୍ତ ଘୋଷଣା କରି ବହିଷ୍କାର କରିଥିଲା ଭାରତ। ପାକିସ୍ତାନୀ ଦୂତାବାସର ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ଭାରତ ନିର୍ଦ୍ଦେଶ ଦେଇଥିଲା। ଭାରତର କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଥିବା ପାକିସ୍ତାନ ଏବେ କୌଣସି ଠୋସ୍ ପ୍ରମାଣ ବିନା ଭାରତୀୟ ଦୂତାବାସର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୂର୍ବରୁ ମେ’ ୧୩ ତାରିଖରେ ମଧ୍ୟ ପାକିସ୍ତାନୀ ଦୂତାବାଦର ଜଣେ ଅଧିକାରୀଙ୍କୁ ଅନୁପଯୁକ୍ତ ଘୋଷଣା କରି ବହିଷ୍କାର କରିଥିଲା ଭାରତ। ଏହି ଅଧିକାରୀମାନଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ହୋଇଛି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସର ଜଣେ ଅଧିକାରୀ ଦାନିଶଙ୍କୁ ତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଜଡ଼ିତ ବୋଲି କୁହାଯାଉଛି। ଗୁପ୍ତଚର ଅଭିଯୋଗରେ ଧରାପଡ଼ିଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପଞ୍ଜାବ ଓ ହରିୟାଣାରୁ ଗିରଫ ହୋଇଥିବା ଅନେକ ଗୁପ୍ତଚରଙ୍କ ସହ ଦାନିଶଙ୍କ ଲିଙ୍କ୍ ଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories