www.samajalive.in
Sunday, December 14, 2025
16.1 C
Bhubaneswar

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କଲେ ଭାରତର ଜି-୨୦ ଶେର୍ପା  ଅମିତାଭ କାନ୍ତ

ଭୁବନେଶ୍ବର: ଭାରତର ଜି-୨୦ ଶେର୍ପା, ଅମିତାଭ କାନ୍ତ ଆଜି ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ଏବଂ ଡେବ୍ରିଗଡ଼ ଇକୋଟୁରିଜିମକୁ ଭାରତର ସର୍ବୋତ୍ତମ ଇକୋଟୁରିଜିମ ଗନ୍ତବ୍ୟସ୍ଥଳ ଭାବରେ ପ୍ରଶଂସା କରିଛନ୍ତି । ସେ ଡେବ୍ରିଗଡ଼ ଇକୋଟୁରିଜିମର ସଦସ୍ୟଙ୍କ ସହିତ ଆଲୋଚନା କରିବା ସହ ଡେବ୍ରିଗଡ଼ ଅଭୟାରଣ୍ୟରେ କାର୍ଯ୍ୟ କରୁଥିବା ଇକୋଟୁରିଜିମ ମଡେଲକୁ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଜଙ୍ଗଲ ନିର୍ଭରଶୀଳ ୮୫ ଟି ପରିବାର ବିଭିନ୍ନ ଇକୋଟୁରିଜିମ କାର୍ଯ୍ୟକଳାପରୁ ସେମାନଙ୍କର ଜୀବିକା ଅର୍ଜନ କରୁଛନ୍ତି ।

ଏହି ସମ୍ପ୍ରଦାୟର ସଦସ୍ୟମାନେ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀ, ହୀରାକୁଦ କ୍ରୁଜ୍, ଟ୍ରେକିଂ, ହାଇକିଂ, କାୟାକିଂ, ବନ୍ୟପ୍ରାଣୀ ଉପରେ କାହାଣୀ କହିବା, ପକ୍ଷୀ ଦେଖାଇବା ଇତ୍ୟାଦି କାର୍ଯ୍ୟ କରିଥାନ୍ତି । ଡେବ୍ରିଗଡ଼ରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ୨୦ ଟି କଟେଜ ରହିଛି । ଏଠାରେ କାଚ ଛାତ ସହିତ 6 ଟି ଷ୍ଟାରଗେଜିଂ ରୁମ ରହିଛି । ଡେବ୍ରିଗଡ଼ରେ କାର୍ଯ୍ୟରତ ପ୍ରତ୍ୟେକ ସଦସ୍ୟ ପ୍ରତି ମାସରେ ୧୩ ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ମହିଳା ସଫାରୀ ଡ୍ରାଇଭର ଏବଂ ଇକୋଗାଇଡ୍ ସହିତ ୪୦% ମହିଳା ଇକୋଟୁରିଜିମରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଡେବ୍ରିଗଡ଼ ଅଭୟାରଣ୍ୟରେ ଉତ୍ତମ ବନ୍ୟପ୍ରାଣୀ ଦର୍ଶନ ପାଇଁ ସମସ୍ତ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଭୟାରଣ୍ୟ ଭିତରେ ବର୍ତ୍ତମାନ କୌଣସି ମନୁଷ୍ୟ-ପ୍ରାଣୀ ସଂଘର୍ଷ ନାହିଁ।

- Advertisement -

ବୈଜ୍ଞାନିକ ଆବାସ ପରିଚାଳନା କାର୍ଯ୍ୟ ବନ୍ୟପ୍ରାଣୀଙ୍କ ସଂଖ୍ୟାକୁ ସୁଦୃଢ଼ କରିଛି ଏବଂ ସମ୍ବର, ହରିଣ, ଭାଲୁ ଇତ୍ୟାଦିଙ୍କ ସହିତ ପ୍ରତିଦିନ ପର୍ଯ୍ୟଟକମାନେ ଭାରତୀୟ ବାଇସନର ବଡ଼ ପଲକୁ ଦେଖି ପାରୁଛନ୍ତି । ହୀରାକୁଦରେ ୧୮ଟି କ୍ରୁଜ୍ (ବଡ ଡଙ୍ଗା) ମଧ୍ୟ କାର୍ଯ୍ୟକ୍ଷମ ଅଛି । ଏଠାରେ ମଧ୍ୟ ଗୋଷ୍ଠୀ ପରିଚାଳିତ ବାଉଁଶ ଏବଂ ତାଳ ଗଛରେ ତିଆରି ଆଇଲ୍ୟାଣ୍ଡ କାଫେ କାର୍ଯ୍ୟ କରୁଛି । ଏହା ବ୍ୟତୀତ, ଗୋବିନ୍ଦପୁର ପକ୍ଷୀ ଗ୍ରାମ, ଧୋଡ୍ରୋକୁସୁମ ସବୁଜ ଗ୍ରାମ, ବୀର ସୁରେନ୍ଦ୍ର ସାଏ ସ୍ମାରକୀ ଇତ୍ୟାଦି ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି । ପୂର୍ବରୁ ଶିକାର ଜରିଆରେ ପରିବାର ପୋଷଣ କରୁଥିବା କିଛି ବ୍ୟକ୍ତି ବର୍ତ୍ତମାନ ଏଠାରେ ଇକୋଗାଇଡ୍ ଭାବରେ ନିଯୁକ୍ତ ଅଛନ୍ତି।
୨୦୨୪-୨୫ ବର୍ଷରେ, ଡେବ୍ରିଗଡ଼ ଇକୋଟୁରିଜିମ୍ ସର୍ବାଧିକ ୫.୧୧ କୋଟି ଟଙ୍କା ରାଜସ୍ୱ ଅର୍ଜନ କରିଛି। ଇକୋଟୁରିଜିମ୍ ନିର୍ଦ୍ଦେଶାବଳୀ ଅନୁସାରେ, ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ମଜୁରୀ ଭାବରେ 35% ବାଣ୍ଟି
ଦିଆଯାଏ । ୨୫% ପୁନରାବୃତ୍ତି ଖର୍ଚ୍ଚ ପାଇଁ, ୧୦% ଭିତ୍ତିଭୂମି ବିକାଶ ପାଇଁ, ୧୦% ଗ୍ରାମ ବିକାଶ ପାଇଁ, ୨୦% ସମ୍ପ୍ରଦାୟ ସଦସ୍ୟଙ୍କ ତାଲିମ ଏବଂ କ୍ଷମତା ନିର୍ମାଣ ପାଇଁ ପିସିସିଏଫ (ବନ୍ୟପ୍ରାଣୀ)ର କର୍ପସ୍ ପାଣ୍ଠିକୁ ୨୦% ଦିଆଯାଏ। ଏଠାରୁ ହେଉଥିବା ଆୟର ଶତପ୍ରତିଶତ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ବ୍ୟୟ ହୋଇଥାଏ । ଏହା ସ୍ଥାନୀୟ ସମ୍ପ୍ରଦାୟକୁ ଇକୋଟୁରିଜିମ୍‌ରେ ପ୍ରମୁଖ ଅଂଶୀଦାର କରିଥାଏ ଯାହା ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣକୁ ସୁଦୃଢ଼ କରିଥାଏ।

ଇକୋଟୁରିଜିମ୍‌ରେ ସ୍ଥାନୀୟ ଲୋକଙ୍କ ନିୟୋଜନ ବନ୍ୟପ୍ରାଣୀ ସଂରକ୍ଷଣକୁ ସୁଦୃଢ଼ କରିଛି। ସ୍ଥାନୀୟ ଲୋକ ଅଭୟାରଣ୍ୟ ଏବଂ ଏହାର ସୁରକ୍ଷାର ଦାୟିତ୍ଵ ନେଇଛନ୍ତି। ଇକୋଟୁରିଜିମ୍ ଅନେକ ଜଙ୍ଗଲ ନିର୍ଭରଶୀଳ ଅଧିବାସୀଙ୍କୁ ଜୀବନଜୀବିକ ଦେବା ସହ ସେମାନଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିପାରିଛି ।

ଏଥିପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ପ୍ରମୁଖ ଡେବ୍ରିଗଡ଼ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି I

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories