www.samajalive.in
Friday, December 5, 2025
26.1 C
Bhubaneswar

ଆଜି ୟୁଏଇ ଗସ୍ତରେ ସର୍ବଦଳୀୟ ପ୍ରତିନିଧି ଦଳ

ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦୀଙ୍କୁ ନିଜ ମାଟିରେ ପାଳୁଥିବା ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ କରିବେ ସର୍ବଦଳୀୟ ପ୍ରତିନିଧି ଦଳ । ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବା ନେଇ ସୂଚନା ମିଳିଛି । ଯାହାର ନେତୃତ୍ୱ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ । ଦଳ କଙ୍ଗୋ, ସିଏରା ଲିଓନି ଓ ଲାଇବେରିଆକୁ ମଧ୍ୟ ଯିବେ ।

ସୂଚନା ଯୋଗ୍ୟ ପାକିସ୍ତାନର ଅସଲ ମୁଖା ଅନ୍ତର୍ଜାତୀୟ ସ୍ତରରେ ପର୍ଦ୍ଦାଫାସ କରିବା ପାଇଁ ମୋଦୀ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି । ଏଥିପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତ୍ୟେକ ଟିମର ନେତୃତ୍ୱ ନେଉଛନ୍ତି ୭ଜଣ ବରିଷ୍ଠ ସାଂସଦ । ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା ନେତୃତ୍ୱ ନେଉଛନ୍ତି । ସେହିପରି କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେଇଥିବା ବେଳେ ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ, ଶିବସେନାର ଶିକାନ୍ତ ଏକନାଥ ସିନ୍ଦେ ନେତୃତ୍ୱ ନେଇଛନ୍ତି । ଜାତିସଂଘର ସଦସ୍ୟ ରାଷ୍ଟ୍ରକୁ ମଧ୍ୟ ପ୍ରତିନିଧି ଦଳ ଗସ୍ତ କରିବେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories