ଭୁବନେଶ୍ବର : ଉଚ୍ଚଶିକ୍ଷା ସହିତ ସରକାରୀ ଚାକିରୀରେ ଓବିସି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ମଶାଲ ଯାତ୍ରା କରିଛି ଛାତ୍ର କଂଗ୍ରେସ। ଏହି ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାଜମହଲ ଅଭିମୁଖେ ବାହାରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଗ୍ରସର ହୋଇଥିଲା। ତେବେ ବାସଭବନକୁ ଯିବା ସମୟରେ ବାଟରେ ପୋଲିସ ଅଟକାଇବାରୁ ଶୋଭାଯାତ୍ରା ସେଠାରେ ବନ୍ଦ ହୋଇଥିଲା । ସୂଚନାଯୋଗ୍ୟ କଂଗ୍ରେସ ପ୍ରତିବାଦକୁ ଦେଖି ଗାନ୍ଧୀ ମାର୍ଗରେ ବ୍ୟାପକ ପୋଲିସ ଛାଉଣୀ ହୋଇଥିଲା । ଅନ୍ୟପଟେ ସରକାର ଦାବିକୁ ଗ୍ରହଣ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରସ ସଭାପତି ଉଦିତ ପ୍ରଧାନ ।
Popular Categories



