www.samajalive.in
Saturday, December 13, 2025
26.1 C
Bhubaneswar

ଅମୃତ ସରୋବର ଓ ଗୋଷ୍ଠୀ ପ୍ରକଳ୍ପ ଗୁଡିକର କାର୍ଯ୍ୟାଦେଶ ଗାଁ ସାଥି ମେଟଙ୍କୁ ଦେବାକୁ ସଂଘର ଦାବି

ପାଟଣା : ପାଟଣା ବ୍ଲକ ଗାଁ ସାଥି ବା ମେଟ ସଂଘ ପକ୍ଷରୁ ଅମୃତ ସରୋବର ଓ ଗୋଷ୍ଠୀ ପ୍ରକଳ୍ପ କାର୍ଯ୍ୟ ମନରେଗା ଯୋଜନାରେ କରାଯିବାକୁ ଥିବାରୁ ଏହାର କାର୍ଯ୍ୟାଦେଶ ଗାଁ ସାଥି ମେଟମାନଙ୍କୁ ଦିଆଯିବାକୁ ପାଟଣା ବ୍ଲକ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପାଟଣା ବିଡିଓଙ୍କଠାରେ ଦାବି ରଖିଛି । ଏହି କାର୍ଯ୍ୟ ଗୁଡିକର କାର୍ଯ୍ୟାଦେଶ ଅଣ ଗାଁ ସାଥି ମାନଙ୍କୁ ଦିଆଯିବାକୁ ବିଶେଷ ସୂତ୍ରରୁ ଜାଣିବା ପରେ ଦୀର୍ଘ ୧୮ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଗାଁ ସାଥି ମାନଙ୍କ ପ୍ରତି ଏହା ଅବିଚାର ହେବ ବୋଲି ସଂଘ କହିଛି । ମନରେଗା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ଗୋଷ୍ଠୀ ପ୍ରକଳ୍ପ ଏବଂ ଅମୃତ ସରୋବର ଗୁଡିକର କାର୍ଯ୍ୟାଦେଶ ଗାଁ ସାଥି ମାନଙ୍କ ନାମରେ ଦିଆଯାଇ ସେମାନଙ୍କୁ ଏନ୍ଏମ୍ଏମ୍ଏସ୍ କରାଯିବା ନିମନ୍ତେ ଆଦେଶ ପ୍ରଦାନ କରିବାକୁ ପାଟଣା ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ପାଟଣା ପକ୍ଷରୁ ଅଜିତ କୁମାର ମହାନ୍ତ, ସୁଶୀଳା ନାଏକ, ଖଗେଶ୍ୱର ନାଏକ, ମୋହନ ମହାନ୍ତ, ଦାଶରଥି ନାଏକ, କେଶବ ଚନ୍ଦ୍ର ମହାନ୍ତ, ହେମନ୍ତ କୁମାର ନାଏକ, ପୁରେନ୍ଦ୍ର ମହାନ୍ତ, ପବିତ୍ର ନାଏକ, ତୁଳସୀ ନାଏକ, ରତ୍ନମଣୀ ମହାନ୍ତ, କୁନ୍ତଳା ନାଏକ, ପୁଷ୍ପଲତା ନାଏକ, ହେମଲତା ଦାସ, ଦଶରଥ ନାଏକ, ବାବୁଲା ନାଏକ, ଆର୍ତ୍ତତ୍ରାଣ ମହାନ୍ତ, ଅମ୍ବିକା ନାଏକ ଓ ଦିଲ୍ଲୀପ ଦାସ ପ୍ରମୁଖ ମଙ୍ଗଳବାର ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories