www.samajalive.in
Thursday, December 11, 2025
13.1 C
Bhubaneswar

ଫେରିଲା କରୋନା; କିଡନୀ ରୋଗରେ ଆକ୍ରାନ୍ତ ମାସ୍କ ପିନ୍ଧନ୍ତୁ

ସମାଜ ଡିଜିଟାଲ ଡେସ୍କ: ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ଏଭଳି ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ । ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟ । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍‍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories